ଦେଖନ୍ତୁ ଭିଡିଓ: ମଝି ଆକାଶରେ ବିମାନର ଜରୁରିକାଳୀନ ଦ୍ଵାର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ, ଟଳିଲା ବଡ଼ ଦୁର୍ଘଟଣା

ସମାଜ ଡିଜିଟାଲ ଡେସ୍କ: ମଝି ଆକାଶରେ ଉଡୁଥିଲା ବିମାନ। ଗନ୍ତବ୍ୟ ସ୍ଥଳକୁ ବିମାନଟି ଯାତ୍ରା କରୁଥିବାବେଳେ ହଠାତ ଜଣେ ଯାତ୍ରୀ ଜରୁରିକାଳୀନ ଦ୍ଵାର ଖୋଲିବାକୁ ଉଦ୍ୟମ କରିଥିଲେ। ତେବେ ତୁରନ୍ତ ଏୟାର ହୋଷ୍ଟେସ ଏବଂ ଅନ୍ୟ ଯାତ୍ରୀମାନେ ତାଙ୍କୁ ଅଟକାଇଥିଲେ। ତଥାପି ସମ୍ପୃକ୍ତ ଯାତ୍ରୀ ସେମାନଙ୍କୁ ବିରୋଧ କରି ବଳପୂର୍ବକ ଏମର୍ଜେନ୍ସି ଦ୍ଵାର ଖୋଲିବାରେ ଲାଗିଥିଲେ। ଏହା ଦେଖି ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ହେଲେ ଏୟାର ହୋଷ୍ଟେସ ଏବଂ କିଛି ଯାତ୍ରୀ ଉକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଯାହାଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଘଟଣାଟି କୋରିଆ ଏୟାରଲାଇନ୍ସର ଏକ ବିମାନରେ ଘଟିଛି। ଏହାର ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ତେବେ ଏହା ପ୍ରଥମ ଥର ନୁହେଁ, ଗତବର୍ଷ ନଭେମ୍ବର ୮ରେ କୋରିଆ ଏୟାରଲାଇନ୍ସ କମ୍ପାନୀର ଅନ୍ୟ ଏକ ବିମାନରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା।

Comments are closed.