www.samajalive.in
Monday, December 15, 2025
15.1 C
Bhubaneswar

ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ

ଡେସ୍କ: ଅଭିନେତା ଶ୍ରେୟସ ତଲପଡେ ଏବଂ ଆଲୋକ ନାଥଙ୍କ ବିରୋଧରେ ହରିୟାଣାର ସୋନିପତ ଜିଲ୍ଲାର ମୁରଥାଲ ପୋଲିସ ଷ୍ଟେସନରେଠକେଇ ମାମଲା ରୁଜ୍ଜୁ ହୋଇଛି। ଗତ ୨୨ତାରିଖରେ ଦାଖଲ ହୋଇଥିବା ଏତଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୨), ୩୧୮(୨) ଓ ୩୧୮(୪) ଅନୁଯାୟୀ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ କଳାକାରଙ୍କୁ ତାଲିକାଭୁକ୍ତ କରାଯାଇଛି। ଅପରାଧିକ କାର୍ଯ୍ୟ, ଠକେଇ ଏବଂ ଠକେଇ ମାଧ୍ୟମରେ ସମ୍ପତ୍ତି ହସ୍ତାନ୍ତର ଆଦି ଆଧାରରେ ଏତଲା ଦାୟର କରାଯାଇଥିବା ଜଣାପଡିଛି।

ମୁରଥାଲର ଅତିରିକ୍ତ ପୋଲିସ କମିଶନର ଅଜିତ ସିଂହ କହିଛନ୍ତି ଯେ ଅଭିଯୋଗକାରୀ ପୋଲିସକୁ ଦେଇଥିବା ବୟାନରେ ଦୁଇ ଅଭିନେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ଶ୍ରୀ ସିଂହ କହିଛନ୍ତି,ମୁଖ୍ୟ ଅଭିଯୋଗ ହେଉଛି ସେହି ସୋସାଇଟି ବିରୋଧରେ ଯେଉଁମାନେ ଲୋକଙ୍କୁ ନିବେଶ କରିବାର ପ୍ରଲୋଭନ ଦେଖାଇ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କର କ’ଣ ଭୂମିକା ରହିଛି, ତାହାର ତଦନ୍ତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

- Advertisement -

ସୋନିପତ ବାସିନ୍ଦା ବିପୁଲ ଆଣ୍ଟିଲ ବହୁରାଜ୍ୟ ସମବାୟ ସମିତି ଆଇନ, ୨୦୦୨ ଅନୁଯାୟୀ ଇନ୍ଦୋରରେ ପଞ୍ଜୀକୃତ ହୋଇଥିବା ମାନବ କଲ୍ୟାଣ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ବିରୋଧରେ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବର ୧୬ରୁ ହରିଆଣା ସମେତ ଅନେକ ରାଜ୍ୟରେ ଏହି ସୋସାଇଟି ସକ୍ରିୟ ଥିଲା। ସୋସାଇଟି ଅଧିକ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ଏଫଡି ଏବଂ ଆରଡି ସ୍କିମ୍ ପ୍ରଦାନ କରିଥିଲା କିନ୍ତୁ ଏକ ବହୁସ୍ତରୀୟ ମାର୍କେଟିଂ ଆଭିମୁଖ୍ୟ ବ୍ୟବହାର କରିଥିଲା, ଯାହା ଏଜେଣ୍ଟମାନଙ୍କୁ ଅଧିକ ନିବେଶକଙ୍କୁ ଆଣିବା ପାଇଁ ପ୍ରୋତ୍ସାହନ ଦେଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories