ଚଳିତ ବର୍ଷ ୪୦ ହଜାର ନିଯୁକ୍ତି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରାକ ବଜେଟ ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଫେବୃଆରୀ ୧୭ ତାରିଖ ବଜେଟ ପାଇଁ ଆଲୋଚନା ହେଲା। ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞ ପରାମର୍ଶ ଦେଲେ। ସଦସ୍ୟମାନେ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତେ ମତାମତ ଦେଇ ପାରିବେ। ତେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ। ଚଳିତ ବର୍ଷ ୪୦ ହଜାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ବିଶେଷ କରି ଆଇଟି, ପେଟ୍ରୋ କେମିକାଲ୍ସ, ଆଗ୍ରୋ ଇଣ୍ଡଷ୍ଟ୍ରିଜକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.