ଝାଡ଼ାବାନ୍ତିରେ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ପାଇଁ ପହଞ୍ଚିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ

ନବରଙ୍ଗପୁର: ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁର ଜିଲାର ଖାତିଗୁଡ଼ାସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଗୁରୁବାର ଖାତିଗୁଡ଼ାସ୍ଥିତ ନବୋଦୟ ବିଦ୍ୟାଳୟର ୧୦୦ରୁ ଅଧିକ ଛାତ୍ରଛାତ୍ରୁ ଅସୁସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ଜଣ ଚିକିତ୍ସା ପାଇଁ ମେଡ଼ିକାଲକୁ ଯାଇଥିଲେ। ଆଜି ଆଉ ୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିବା ସୂଚନା ମିଳିଛି।

prayash

ଏହି ଘଟଣା ଜଣାପଡ଼ିବା ପରେ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଖାତିଗୁଡ଼ାସ୍ଥିତ ନବୋଦୟ ବିଦ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। କେଉଁ କାରଣରୁ ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ତାହା ପରୀକ୍ଷା କରିବା ସହ ଏହା କିଭଳି ଅଧିକ ନ ବ୍ୟାପୀବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଔଷଧ ଯୋଗାଇ ଦିଆଯାଇଛି ଏବଂ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର ଦଳ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.