www.samajalive.in
Monday, December 15, 2025
15.1 C
Bhubaneswar

ଦୁର୍ବୃତ୍ତଙ୍କ ଦ୍ବାରା ବୁଥ କବଜା ଉଦ୍ୟମ

କଲମପୁର: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ପୋଡାପଦର ଗ୍ରାମ ପଞ୍ଚାୟତ ଅଧିନ ଲିଟିମସ୍କା ବିଦ୍ୟାଳୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରସ୍ତୁତି ଆରମ୍ଭ ପୂର୍ବରୁ କିଛି ଅଜଣା ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ନେଇ ଧସେଇ ପଶିଥିଲେ।ଦୁର୍ବୃତ୍ତମାନେ ପୁର୍ବ ରାତି ଅଧରୁ ଆସି କବାଟ ଖୋଲିବାକୁ ଧମକ ଦେଇଥିଲେ। ଏଭଳି ରାତିର ବିଭିନ୍ନ ସମୟରେ ବିଦ୍ୟାଳୟକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ଭୟଭୀତ ହୋଇ ପୋଲିଂ ପାର୍ଟି ରାତି ତମାମ ଶୋଇ ପାରିନଥିଲେ। ଗ୍ରାମବାସୀମାନେ ମଧ୍ୟ ଭୟରେ ନିଜନିଜ ଘରେ କବାଟ ବନ୍ଦ କରି ରହିଥିଲେ। ସକାଳ ୭ ଟା ସମୟରୁ ମତଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଦୁର୍ବୃତ୍ତମାନେ ପୋଲିଂ ପାର୍ଟିକୁ ଭୟ ଦେଖାଇ ବାଲାଟ କାଗଜ ଛଡାଇ ନେଇ ଜୋର୍ ଜବରଦସ୍ତି ବିଭିନ୍ନ ଚିହ୍ନରେ ମୋହର ମାରି ପୋଲିଂ ଅଧିକାରୀଙ୍କୁ ଦେଇ ଆମଲୋକ ଆସି ଭୋଟ ବାକ୍ସରେ ପକାଇବେ ବୋଲି କହି ଚାଲିଯାଇଥିଲେ। ମତଦାନ ପାଇଁ ଆସୁଥିବା ମତଦାତାମାନଙ୍କୁ ମଧ୍ୟ ଆକ୍ରମଣାତ୍ମକ ଭୟ ଦେଖାଇଥିଲେ।

ଏଭଳି ଉତ୍ତେଜନା ପୁର୍ଣ୍ଣ ପରିସ୍ଥିତି ଦେଖି ଭୟରେ ମତଦାନ ପ୍ରକ୍ରିୟାକୁ ବନ୍ଦ କରିବାର ନିଷ୍ପତ୍ତି ନେଇ ଭୋଟ କାଗଜପତ୍ର ଓ ଭୋଟ ବାକ୍ସ ନେଇ ବିଦ୍ୟାଳୟରୁ ଚାଲିଆସି ୬ କିମି ଦୂର ତେନ୍ତୁଳି ପଡାକୁ ଆସିଥିଲେ। ସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ୩ଟି ବୁଥ ଲିଟିମସ୍କା ସମେତ ପୋଡାପଦର, କାରବାଡି,ଝିରି,ଏବଂ ଭୁରଭୁରି ଟେମରାର ୨ଟି ବୁଥରେ ମଧ୍ୟ ଶୁକ୍ରବାର ପୁର୍ଣ୍ଣ ସୁରକ୍ଷା ବଳ ନେଇ ପୁନଃ ମତଦାନ ହେବା ନେଇ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories