www.samajalive.in
Sunday, December 14, 2025
26.1 C
Bhubaneswar

ଦେପୁର ଧାନ ମଣ୍ଡି ଉଦଘାଟିତ

କଲମପୁର: କଲମପୁର କୃଷି ସମବାୟ ସମିତି ଅଧିନସ୍ଥ ଦେପୁର ଧାନ ମଣ୍ଡି ଗୁରୁବାର ଉଦ୍‍ଘାଟିତ ହେଇଯାଇଛି। ଏହି ମଣ୍ଡିରେ ଧାନ ବିକିବା ପାଇଁ ୩ ଜଣ ଚାଷୀ ଧାନ ଆଣି ରଖିଥିଲେ। କିନ୍ତୁ ଆର.ଏମ.ସି କର୍ମଚାରୀଙ୍କ ଦ୍ୱାରା ଧାନର ମାନ ଯାଂଚ ବେଳେ ଧାନରେ ୧୭ ପ୍ରତିଶତରୁ ଅଧିକ ଆଦ୍ରତା ଥିବା ଯୋଗୁଁ ସାମୟିକ ଭାବେ ଧାନ ଖରିଦ କରିବାରୁ ବାତିଲ କରାଯାଇଛି। ଏହାସହ ଧାନକୁ ଶୁଖାଇ ୧୭ ପ୍ରତିଶତ ମଧ୍ୟରେ ଧାନର ଆଦ୍ରତା ରଖିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଚାଷୀ ଅଜିତ ପଣ୍ଡାଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯିବା ପରେ କଲମପୁର ସମବାୟ ସମିତି ସମ୍ପାଦକ ତ୍ରିଭୁବନ ପ୍ରଧାନୀ, ଧାନ କ୍ରୟ ଅଧିକାରୀ ନଗେନ୍ଦ୍ର କୁମାର ନେଗୀ, ଦେପୁର ସରପଂଚ ଭୁକୁଲୁ ବାଗ, ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟୀର କର୍ମଚାରୀ, ମିଲର୍ସ ପ୍ରତିନିଧି ଅଜୟ କୁମାର ମୁଣ୍ଡ ଓ ଧରଣୀ ଧର ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ଗତ ବର୍ଷ ଏହି ମଣ୍ଡିରେ ୩୪୫ ଜଣ ଚାଷୀ ୨୨୮୬୭.୬୯ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିବା ବେଳେ ଚଳିତ ବର୍ଷ ୩୨୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକୃତ କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories