www.samajalive.in
Sunday, December 14, 2025
23.1 C
Bhubaneswar

ସିନ୍ଧିପଦର ଠାରେ ‘ମୋ ଲାଇବ୍ରେରୀ’ ଉଦ୍‍ଘାଟିତ

କଲମପୁର: କଳାହାଣ୍ଡିର ଦୁର୍ଗମ ତଥା ଅପହଂଚ ଇଲାକା ଥୁଆମୁଳ ରାମପୁର। ଏଠି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ ଭଳି ମୌଳିକ ସେବା ଏଠାରେ ଅପହଂଚ। ଏଭଳି ସ୍ଥିତିରେ ଗତ ୨୦ ମାସ ଧରି ଶିକ୍ଷା ଅନୁଷ୍ଠାନ ସବୁ ବନ୍ଦ ରହିଥିବାରୁ ପ୍ରାଥମିକ ଶିକ୍ଷା ଏବେ ଅପହଂଚ ହେଇ ପଡିଛି। ଏଭଳି ସ୍ଥିତରେ କୈବଲ୍ୟ ଅର୍ଗାନାଇଜେସନ୍‍ ର କୈବଲ୍ୟ ଏଜୁକେସନ ଫାଉଣ୍ଡେସନ, ନୀତି ଆୟୋଗ ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଥୁଆମୁଳ ରାମପୁର ବ୍ଲକ ସିନ୍ଧିପଦର ଠାରେ ଏକ ମୋ ଲାଇବ୍ରେରୀ ଉଦ୍‍ଘାଟନ କରାଯାଇଛି। ଏହି ଲାଇବ୍ରେରୀ ମାଧ୍ୟମରେ ଏହି ଅପହଂଚ ଇଲାକାର ଶିଶୁ ଠାରୁ ଯୁବକ ପର୍ଯ୍ୟନ୍ତ ଏପରିକି ପୌଢଙ୍କୁ ମଧ୍ୟ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଯୋଜନା କରାଯାଇଛି।

ସିନ୍ଧିପଦର କମ୍ୟୁନିଟି ହଲ ଠାରେ ଏହି ଲାଇବ୍ରେରୀ ସ୍ଥାପନ କରାଯାଇଛି। ଏହି ଲାଇବ୍ରେରୀ ଉଦ୍‍ଘାଟନ ଉତ୍ସବରେ କୈବଲ୍ୟ ଏଜୁକେସନ୍‍ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟଆନେଜର ମହେନ୍ଦ୍ର ସିଂହ, ଅର୍ଗାନାଇଜେସନ ତରଫରୁ ଥୁଆମୁଳ ରାମପୁର ଦାଇତ୍ୱରେ ଥିବା କଳ୍ପତରୁ ସ୍ୱାଇଁ, ସିନ୍ଧିପଦର ପଂଚାୟତର ସରପଂଚ ବିକ୍ରମ ମାଝୀଙ୍କ ଉପସ୍ଥିତିରେ ଏହି ମୋ ଲାଇବ୍ରେରୀ ଉଦ୍‍ଘାଟିତ ହେଇଯାଇଛି। ଏହି ଲାଇବ୍ରେରୀ ଉଦ୍‍ଘାଟନୀ ସଭାରେ ସିନ୍ଧିପଦର ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଉପାଦେୟ ପୂସ୍ତକ ସବୁ ପଢିବା ପାଇଁ ନେଇଥିଲେ। ଏପରିକି ବୟସର କୌଣସି ତାରତମ୍ୟ ରଖାନଯାଇ ଯେ କେହି ଲାଇବ୍ରେରୀକୁ ଆସି ବହୁ ସବୁ ପଢି ପାରିବେ ବୋଲି ଉପସ୍ଥିତ କର୍ମକର୍ତା ମାନ ଲୋକଙ୍କୁ ବୁଝାଇଥିଲେ। ଏହି ଲାଇବ୍ରେରୀ ସ୍ଥାପନ ହେବା ଦ୍ୱାରା କୋଭିଡ କଟକଣା ପାଇଁ ପାଠ ଓ ବିଦ୍ୟାଳୟ ରୁ ଦୂରେଇ ରହିôତବା ଛାତ୍ର ଛାତ୍ରୀଙ୍କୁ ପୁନଃ ପାଠ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବା ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଅଂଚଳବାସୀ ସହଯୋଗ କରିବା ପାଇଁ ଅନୁଷ୍ଠନ ତରପରୁ ଅନୁରୋଧ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories