www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ପାତରଅନ୍ତର, ଓଡିଶାକୁ ମିଳିଛି କମ୍ ଅର୍ଥ

ରାଜ୍ୟକୁ ୫ ବର୍ଷରେ ଅର୍ଥ ଆବଣ୍ଟନ ଅନୁପାତରେ ମିଳିଛି ଅଧେ

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ରାଜ୍ୟମାନଙ୍କୁ ଅର୍ଥ ଆବଣ୍ଟନ ଓ ଅର୍ଥ ପ୍ରଦାନର ତଥ୍ୟକୁ ଅନୁଧ୍ୟାନ କଲେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି ଜଳ ଜଳ ହୋଇ ଦିଶୁଛି ବୋଲି ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ଥିତି ଓ ପରିବୃଦ୍ଧି ସମ୍ବନ୍ଧରେ କେତେକ ତଥ୍ୟ ସୂଚନା ଅଧିକାର ଆଇନ ବଳରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସୂଚନା କର୍ମି ପଣ୍ଡା ମାଗିଥିଲେ ।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ, ଗତ ୫ ବର୍ଷରେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରା) ପାଇଁ ୨୪ ହଜାର ୫୧୫ କୋଟି ୪୧ ଲକ୍ଷ ୩୧ ହଜାର ୨୬୦ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ରିଲିଜ କରାଯାଇଥିବା ଅର୍ଥ ରାଶିର ପରିମାଣ ମାତ୍ର ୧୩ ହଜାର ୫୬୦ କୋଟି ୭୩ ଲକ୍ଷ ୪୪ ହଜାର ୯୦୦ ଟଙ୍କା । ଗତ ୫ ବର୍ଷରେ ଓଡିଶା ପାଇଁ ଏହି ଯୋଜନାରେ ଆବଣ୍ଟନ କରାଯାଇ ଥିବା ଅର୍ଥ ରାଶିର ପରିମାଣ ଠାରୁ ପ୍ରଦାନ କରାଯାଇ ଥିବା ଅର୍ଥ ରାଶିର ପରିମାଣ ବହୁତ କମ୍ ଅଟେ। ଏପରିକି ସମଗ୍ର ଦେଶ ପାଇଁ ଗତ ୫ ବର୍ଷରେ କରାଯାଇଥିବା ଅର୍ଥ ଆବଣ୍ଟନ ପରିମାଣ ଓ ରିଲିଜ କରାଯାଇଥିବା ଅର୍ଥ ପରିମାଣ ତୁଳନାରେ ଓଡ଼ିଶାକୁ କମ୍ ଅର୍ଥ ପ୍ରଦାନ କରାଯାଇଛି।

- Advertisement -

ଏହି ତଥ୍ୟ ଜଣା ପଡିବା ପରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଅବହେଳା କରୁଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା କର୍ମି ପଣ୍ଡା କହିଛନ୍ତି। ଗତ ୨୦୧୭ -୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇ ଅର୍ଥ ଆବଣ୍ଟନ ତୁଳନାରେ ଓଡ଼ିଶାକୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ୨୦୧୭-୧୮ ମସିହାରେ ରାଜ୍ୟ ପାଇଁ ୨ ହଜାର ୬୯୧ କୋଟି ୬୪ ଲକ୍ଷ ୩ ହଜାର ୧୩୦ ଟଙ୍କା ଓ ୨୦୧୮- ୧୯ ବର୍ଷରେ ୨ ହଜାର ୨୩ କୋଟି ୩୫ ଲକ୍ଷ ୬ ହଜାର ୨୫୦ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଯଥାକ୍ରମେ ୩ ହଜାର ୧୨୪ କୋଟି ୫ ଲକ୍ଷ ୯୦ ହଜାର ୩୦୦ ଟଙ୍କା ଓ ୩ ହଜାର ୨୯୦ କୋଟି ୩୨ ଲକ୍ଷ ୪୨ ହଜାର ୭୦୦ ଟଙ୍କା ରିଲିଜ କରାଯାଇଛି।

ଓଡ଼ିଶା ବିଧାନସଭା ନିର୍ବାଚନ ବର୍ଷ ଓ ପୂର୍ବ ଆର୍ଥିକ ବର୍ଷରେ ତଥା ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ଆବଣ୍ଟନ କରାଯାଇଥିବା ଅର୍ଥ ରାଶି ପରିମାଣ ଠାରୁ ଅଧିକ ଅର୍ଥ ରିଲିଜ କରାଯାଇଥିବା ଜଣାପଡିଛି। ଏହି ଦୁଇ ବର୍ଷ ବ୍ୟତୀତ ଅନ୍ୟ ବର୍ଷମାନଙ୍କରେ ଅର୍ଥ ପରିମାଣ ଆବଣ୍ଟନ ତୁଳନାରେ କମ୍ ଅର୍ଥ ରିଲିଜ କରାଯାଇଛି। ଓଡିଶାରେ ୨୦୨୧-୨୨ ବର୍ଷ ପାଇଁ ୮ ଲକ୍ଷ ୧୭ ହଜାର ୫୧୩ ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧ।ର୍ଯ୍ୟ କରାଯାଇଥିବା ବେଳେ ଗତ ୮ ଅକ୍ଟୋବର ପର୍ଯ୍ୟନ୍ତ ମାତ୍ର ୭୬ ହଜାର ୮୫୮ଟି ଘର ସମ୍ପୂର୍ଣ୍ଣ ହୋଇଛି । ଠିକ ସେହିପରି ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମଧ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ଆବଣ୍ଟିତ ଅର୍ଥ ରାଶି ପରିମାଣ ଠାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏଭଳି କରାଯାଇଥିବା ଅଭିଯୋଗ ପଣ୍ଡା କରିଛନ୍ତି। ଦଳୀୟ ରାଜନୈତିକ ସ୍ଵାର୍ଥ୍ୟକୁ ଆଧାର କରି ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିବା ଏକ ମାରାତ୍ମକ ଘଟଣା ବୋଲି ପଣ୍ଡା କହିଛନ୍ତି। ଏହାକୁ ନେଇ ସୂଚନା କର୍ମି ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଠାରେ ଅଭିଯୋଗ ଉପସ୍ଥାପନ କରିବେ ବୋଲି କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories