www.samajalive.in
Tuesday, December 9, 2025
23.1 C
Bhubaneswar

ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର କାନ୍ଥ ନିଜ ନାଁ ବାଳକ ପୁଅ ସହ ଅଳ୍ପକେ ବର୍ତିଲେ ବିଧବା ମହିଳା

କଲମପୁର- ନିଜ ପେଟ ତଥା ପରିବାର କୁ ପୋଷିବା ପାଇଁ ପରିବାର ସହ ମହାରାଷ୍ଟ୍ରର ବମ୍ବେକୁ ଯାଇଥିଲା ଦାଦନ ଖଟିବାକୁ । ଦୁର୍ଭାଗ୍ୟ ବଶତଃ ସାପ କାମୁଡାରେ ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀର ଶବ ସହ ବ୍ୟବଚ୍ଛେଦ ରିପୋର୍ଟ ଓ ମୃତ୍ୟୁ ପ୍ରମାଣ ପତ୍ର ଧରି ନିଜ ନାଁ ବାଳକ ଦୁଇ ଶିଶୁକୁ ନେଇ ଘରକୁ ଫେରିଥିଲେ ମହିଳା । ଦଶ ଶୁଦ୍ଧି ପରେ ସାପ କାମୁଡାରେ ନିଜ ସ୍ୱାମୀଙ୍କ ମୃତ୍ୟୁର ଅନୁକମ୍ପାମୂଳକ ସହାୟତା ପାଇବା ପାଇଁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଦୌଡିଥିଲେ  । କିନ୍ତୁ ସବୁଠି ନିରାଶ ହୋଇଥିଲେ । ତାର ସ୍ୱାମୀ ମହାରାଷ୍ଟ୍ର ର ବମ୍ବେକୁ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ସେଠାରେ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବାରୁ ଓଡିଶାରେ ସେଭଳି ସହାୟତା ଯୋଗାଇବା ନୟମ ନାହିଁ ବୋଲି ସରକାରୀସ୍ତରେ ତାଙ୍କୁ ଉତ୍ତର ମିଳିଥିଲା । ତେଣୁ ଶେଷରେ କେବଳ ବିଧବା ଭତ୍ତା ଗଣ୍ଡାକ ଓ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ବ୍ୟତୀତ ଅନ୍ୟ କିଛି ମିଳୁନାହିଁ । ଏଭଳି ଅସହାୟ ଭାବେ ଦୀର୍ଘ ୬ ବର୍ଷ ହେବ ପର ଘରେ ମୂଲ ଲାଗି ଚଳି ଆସୁଥିବା ଗୁମାବାହାଲ ଗ୍ରାମର ଅ ସମ୍ବାରୁ ନାଏକଙ୍କ ପତ୍ନୀ ଧିରାବତୀଙ୍କ ମୁଣ୍ଡରେ ଚଡକ ପଡିଲା ଭଳି ସୋମବାର ରାତିର ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର କାନ୍ଥ । ସୌଭାଗ୍ୟକ୍ରମେ ଉଭୟ ମାଁ ପୁଅ ବଂଚିଯାଇଥିଲେ ମଧ୍ୟ ଘର ସଜାଡିବା ପାଇଁ  ସମ୍ବଳ ନାହିଁ । ଏବେ ଘୋର ବର୍ଷାର ସମୟ ଘର ଭାଙ୍ଗିଯିବାରୁ ସେ କେଉଁଠି ଆଶ୍ରୟ ନେବ ସେ ନେଇ ସେ ଚିନ୍ତାରେ ।

ରାଜ୍ୟ ଓ କେନ୍ଦ୍ର ସରକାର ସାପ କାମୁଡାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଯୋଜନା ରହିଛି । କିନ୍ତୁ ପରିତାପର ବିଷୟ ସାପ କାମୁଡାର ସମସ୍ତ ପ୍ରମାଣ ପତ୍ର ଥାଇ ମଧ୍ୟ ଧିରା ସାପ କାମୁଡାର ଅନୁକମ୍ପା ମୂଳକ ସରକାରୀ ସହାୟତା ପାଇବାରୁ ବଂଚିତ । ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

- Advertisement -

#kalahandi

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories