www.samajalive.in
Saturday, December 6, 2025
23.1 C
Bhubaneswar

ଚେନ୍ନାଇରୁ ଗାଁକୁ ଫେରିବା ବାଟରେ ଦାଦନ ଶ୍ରମିକ ନିଖୋଜ; ଆଶା ଆଶଙ୍କାରେ ପରିବାର

କଲମପୁର: ଶ୍ରମିକଙ୍କ ପାଇଁ ରହିଛି ଅନେକ ଯୋଜନା। କିନ୍ତୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିରବତା ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁଁ ସବୁ ଯୋଜନା ବାଟବଣା ହୋଇଛି। ଶ୍ରମିକ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟିବାକୁ। ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ କେଉଁ ଶ୍ରମିକର ଶବ ଫେରୁଛି ତ କିଛି ଶ୍ରମିକଙ୍କ ଭାଗ୍ୟରେ ଗାଁ ମାଟି ଜୁଟୁନାହିଁ। ପୁଣି କିଏ ହାତ ଗୋଡ଼ କଟା ହୋଇ ନିର୍ଯାତିତ ହେଇ ଫେରୁଛି। ଆଉ କିଏ ସବୁଦିନ ପାଇଁ ନିଖୋଜ ହୋଇଯାଉଛି। କେବେ ଶେଷ ହେବ ଦାଦନ ସମସ୍ୟା? କିଏ କରିବ ଦାଦନ ସମସ୍ୟାର ସମାଧାନ? ଏଭଳି ଅନେକ ପ୍ରଶ୍ନ ଭିତରେ କଲମପୁର ପୁଲିସ ଥାନା ଅଞ୍ଚଳରେ ପୁଣି ଜଣେ ଦାଦନ ଶ୍ରମିକ ନିଖୋଜ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି

ସୂଚନା ଅନୁସାରେ, କଲମପୁର ଥାନା ତଥା ଜୟପାଟଣା ବ୍ଲକ ଅଧିନସ୍ଥ ନାଇକେନଗୁମା ଗ୍ରାମର ୩୯ ବର୍ଷିୟ ଲବକାନ୍ତ ସୁନାନୀ ସାଥି ଶ୍ରମିକଙ୍କ ସହ ଚେନ୍ନାଇ ଯାଇଥିଲେ କାମ କରିବା ପାଇଁ। ସେଠାରେ କାମ କରି ଗତ ୮ତାରିଖ ଦିନ ଏକ ଟ୍ରେନ୍‌‌ ଯୋଗେ ନିଜ ଗାଁକୁ ଫେରୁଥିବାବେଳେ ରାସ୍ତାରେ କେଉଁଠି ନିଖୋଜ ହୋଇଯାଇଛନ୍ତି। ପରିବାର ଓ ସମ୍ପର୍କୀୟ ଏନେଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଲବକାନ୍ତଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ। ଏପରିକି ମୁନିଗୁଡା ରେଳବାଇ ପୁଲିସ ସହ କଲମପୁର ପୁଲିସକୁ ମୌଖିକ ସୂଚନା ଦେଇଥିବା ସମ୍ପର୍କୀୟ ସୂଚନା ଦେଇଛନ୍ତି। ନିଖୋଜ ହେବାର ଦୀର୍ଘ ୫ଦିନ ବିତି ସାରିଛି। ଏହାସହ ଲବକାନ୍ତ ଧରିଥିବା ଫୋନ ଏବେ ସ୍ବିଚ୍ ଅଫ୍ ତେଣୁ ପରିବାର ଲୋକ ଆଶା ଏବଂ ଆଶଙ୍କାରେ ରହିଛନ୍ତି।

- Advertisement -

ଲବକାନ୍ତ ଚେନ୍ନାଇରୁ ଫେରିବାବେଳେ ପତ୍ନୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଫୋନ ରିଙ୍ଗ୍ ହୋଇଥିଲେ ମଧ୍ୟ ଲବକାନ୍ତ ଆଉ ଫୋନ ଉଠାଇନଥିଲେ। ପରବର୍ତ୍ତୀ ସମୟରେ ଫୋନ ସ୍ବିଚ୍ ଅଫ୍‌ ରହିଥିବା ସୂଚନା ଦେଇଛନ୍ତି। ଅନ୍ୟପଟେ ଲବକାନ୍ତଙ୍କ ମାଆ ନିଜ ପୁଅର ନିଖୋଜ ଖବର ଶୁଣି ଅସହାୟ ହୋଇ ପଡ଼ିଛନ୍ତି। ମୋ ପୁଅକୁ ଖୋଜି ଆଣି ଦିଅ କହି ବାହୁନୁଛନ୍ତି। ସମ୍ପର୍କୀୟ ରାୟଗଡ଼ାଠାରୁ ବିଳାସପୁର ପର୍ଯ୍ୟନ୍ତ ଖୋଜା ଖୋଜି କରିଥିବା ସୂଚନା ଦେଇଛନ୍ତି। ବର୍ତମାନ ପରିବାର ଏବଂ ସମ୍ପର୍କୀୟ ଲବକାନ୍ତଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories