www.samajalive.in
Saturday, December 6, 2025
14.1 C
Bhubaneswar

ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା: ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ। ୨୦୧୫ର ଏକ ହତ୍ୟା ଘଟଣାରେ ଧର୍ମଗଡ ଅତିରିକ୍ତ ଦୌରା ଜଜ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।  ଅଭିଯୋଗ ଅନୁଯାୟୀ ଜୟପାଟଣା ଥାନା ଆମଜୋର ଗାଁ ର ମନୁ ରଣା ମଦ ବିକ୍ରି କରିବା ସହିତ ଗାଁ ପୋଖରୀ କୁ ଲିଜ ନେଇ ମାଛ ଚାଷ କରୁଥିଲା। ଉକ୍ତ ପୋଖରୀ ତଳେ ଥିବା ପୋଖରୀ ହୁଡା ଦେଇ ଚାଷୀଙ୍କୁ ଯାତାୟାତ କରିବାକୁ ମନା କରୁଥିଲା। ସେହି କାରଣରୁ ଅଭିଯୁକ୍ତ ଏବଂ ମୃତକ ଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା। ଏଣୁ ଦୁଇ ଅଭିଯୁକ୍ତ ଖଗେଶ୍ବର ରାଉତ ଏବଂ ଗଦାଧର ରଣା, ମନୁ କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।  ଗତ ୨୦୧୫ ଅକ୍ଟୋବର ୭ ତାରିଖ ଭୋର୍ ସମୟରେ ମନୁ ରଣା କୁଟ୍ରୁ ଭାଟି ରୁ ମଦନେଇ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ତାକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରି ଶିଶୁ ଘାଟିରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ଏନେଇ ପରିବାର ଲୋକ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା।  ଆଇପିସି ର  ଧାରା ୩୦୨ ଅନୁଯାୟୀ ଦୁଇ ଦୋଷୀ ଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାକୁ ସରକାର ଙ୍କ ତରଫରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories