www.samajalive.in
Friday, December 5, 2025
26.1 C
Bhubaneswar

ଅନ୍ତେବାସୀଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ: ବାରମ୍ବାର ଅଭିଯୋଗ ସତ୍ୱେ ଶୁଣୁନାହାଁନ୍ତି ପ୍ରଧାନ ଶିକ୍ଷକ

ଫୁଲବାଣୀ: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାସହିତ ବିଭିନ୍ନ ଅନୁଷ୍ଠାନ ମାଧ୍ୟମ ରେ ତାହା କାର୍ଯ୍ୟକାରୀ କରିବାର ପ୍ରୟାସ ଜାରି ରଖିଛନ୍ତି। ବିଶେଷ କରି ଏହି ବର୍ଗର ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଉଚ୍ଚଶିକ୍ଷିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଆବାସିକ ବିଦ୍ୟାଳୟ ଗଢ଼ି ଉଠିଛି। କିନ୍ତୁ ଶିକ୍ଷାନୁଷ୍ଠାନର ପରିଚାଳକମାନେ ଲାଭଖୋର ମନୋଭାବ ରଖି, ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି। ଯାହାକୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡାଉଛନ୍ତି। ଏପରି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତ ସ୍ଥିତ ଉଲିପଦର୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ।
ଏହି ବିଦ୍ୟାଳୟରେ ୨୧୮ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ଗତ ଶନିବାର ଦିନ ପୋକରା ଚାଉଳ ରନ୍ଧା ଖାଦ୍ୟ ଅନ୍ତେବାସୀଙ୍କୁ ଦିଆଯାଇଥିଲା ଯାହାକୁ ୍ଣସମାନେ ନ ଖାଇ ଫୋପାଡ଼ି ଦେଇଥିବା ବେଳେ ଭୋକରେ ରହିଥିବା ଅଭିଯୋଗ ହୋଇଛି। ଏହା ଜାଣିବା ପରେ ଅବିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଦିନ ଅଭିଭାବକମାନେ ଏକତ୍ରିତ ହୋଇ ଉକ୍ତ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିବା ପାଇଁ ଆସିଥିଲେ , କିନ୍ତୁ ପ୍ରଧାନ ଶିକ୍ଷକ ଅନ୍ୟ ଏକ କାମ ଦେଖାଇ ଅଭିଭାବକ ମାନଙ୍କୁ ଅଣଦେଖା କରି ଚାଲିଯାଇଥିବା ସେମାନେ କହିଛନ୍ତି। ଏ ସମ୍ପର୍କ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଯକ୍ଷ ବଡମାଝୀଙ୍କୁ ପଚାରିବାରୁ ଦଶହରା ପୂର୍ବରୁ ପୋକରା ଚାଉଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଅବା ପୋତି ଦେବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷକ ଉକ୍ତ ପରାମର୍ଶକୁ ଖାତିରି ନ କରି ମନ ମୁତାବକ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ନଚେତ ଆଗମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories