ଭୁବନେଶ୍ବର : ଝାରପଡାରେ ଥିବା ସ୍ବତନ୍ତ୍ର କାରାଗାରକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ବିଜେପି ନେତା ତଥା ଆଞ୍ଚଳିକ ସୁରକ୍ଷା ମଞ୍ଚର ସଭାପତି ଜଗନ୍ନାଥ ପ୍ରଧାନ। କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରି ସେଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଓ ଉଦ୍ୟାନ ନିର୍ମାଣ କରିବାକୁ ଦାବି କରିଛି ଆଞ୍ଚଳିକ ସୁରକ୍ଷା ମଞ୍ଚ। ଏ ନେଇ ସୁରକ୍ଷା ମଞ୍ଚର ସଭାପତି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ଝାରପଡ଼ା ଅଞ୍ଚଳରେ ଥିବା ଓପୋଲଫେଡ଼ ଅଧୀନ ୧୬ ଏକର ପରିମିତ ଜମି ମଧ୍ୟ ଅବ୍ୟବହୃତ ହୋଇଥିବାରୁ ସେଠାରେ ମଧ୍ୟ ଏକ ଆଧୁନିକ ଖେଳ ପଡ଼ିଆ ଓ ଉଦ୍ୟାନ ନିର୍ମାଣ ପାଇଁ ଅନୁରୋଧ ଜରିଛନ୍ତି। କାରାଗାର ସ୍ଥାନାନ୍ତର ହେଲେ ସ୍ଥାନୀୟ ଅଞ୍ଚଳର ୨ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବେ। ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।
ଧନତେରସ୍ରେ କିଣି ଆଣନ୍ତୁ ମାତ୍ର ୧୦ ଟଙ୍କାର ଏହି ଜିନିଷ, ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା..



