www.samajalive.in
Saturday, December 6, 2025
15.1 C
Bhubaneswar

ଦଶହରାଠାରୁ ବିଦ୍ୟାଳୟକୁ ଆସୁନାହାଁନ୍ତି ଶିକ୍ଷକ; ଜଣେ ଶିକ୍ଷକରେ ଚାଲିଛି ସ୍କୁଲ

ଫୁଲବାଣୀ: ଶିକ୍ଷାର ଉନ୍ନତି, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ କିଛି ଶିକ୍ଷକ ବିଦ୍ୟାଳୟକୁ ଆସୁନାହାନ୍ତି। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଫୁଲବାଣୀ ପକାରୀ ପଞ୍ଚାୟତର ସିପାଞ୍ଜିରୀ ଗାଁରେ। ଜଣେ ଶିକ୍ଷକରେ ଏଠାରେ ବିଦ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସିପାଞ୍ଜିରୀ ଗାଁରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପାଠ ପଢୁଥିବା ବେଳେ ଦୁଇଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ସାରଣ କହଁର ଦଶହରା ଛୁଟି ପରେ ବିଦ୍ୟାଳୟକୁ ଆସୁନଥିବା ବେଳେ ଜଣେ ମାତ୍ର ଶିକ୍ଷକରେ ଚାଲିଛି ସ୍କୁଲ। ଫଳରେ ବିଦ୍ୟାଳୟର ଅନେକ କାମ ଠପ ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ୍ୟ ବ୍ୟାଘାତ ସୃଷ୍ଟି ହେଉଥିବା ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖରେ ମଧ୍ୟ୍ୟ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ସାଧନ କର୍ମୀ ଦିଲୀପ ବେହେରାଙ୍କୁ ପଚାରିବାରୁ ଶିକ୍ଷକ ଜଣକ ସ୍କୁଲ ଆସୁନଥିବା ଘଟଣାକୁ ସ୍ୱୀକାର କରିବା ସହ ଶିକ୍ଷକଙ୍କ ଅନୁପସ୍ଥିତି ରିପୋର୍ଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଛି ବୋଲି କହିଛନ୍ତି। ସେପଟେ ଘଟଣା ବିଷୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁରଙ୍କୁ ପଚାରିବାରୁ ତଦନ୍ତ କରାଯାଉଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦଶହରା ପରଠାରୁ କାହାକୁ କିଛି ନଜଣାଇ ଅନୁପସ୍ଥିତି ଥିବା ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories