www.samajalive.in
Sunday, December 7, 2025
14.1 C
Bhubaneswar

ଟାଙ୍ଗନକଣା ଡ଼୍ୟାମରୁ ନିଖୋଜ ଡେପୁଟି ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼ : ଦୁଇଦିନ ଧରି ନିଖୋଜ ଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ମୃତଦେହ ନିକଟସ୍ଥ ଟାଙ୍ଗନକଣା ଡ଼୍ୟାମରୁ ଆଜି ଲାଞ୍ଜିଗଡ ପୁଲିସ ଉଦ୍ଧାର କରିଛି। ପୁଲିସ ସୁତ୍ରରୁ ପ୍ରକାଶ ଯେ କନ୍ଧମାଳ ଜିଲା ଜି.ଉଦୟଗିରୀ ଥାନା ଅର୍ନ୍ତଗତ ଗଦଗୁଡା ଗ୍ରାମର ପ୍ରତ୍ୟୁଷ ପ୍ରଧାନ(୩୩) ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀରେ ଡେପୁଟି ମ୍ୟାନେଜର ଭାବେ କାର୍ୟ୍ୟରତ ଥିଲେ। ଗତ ୧ତାରିଖ ଠାରୁ ସେ ନିଜର କାର ସହିତ ଲାଞ୍ଜିଗଡରୁ ନିଖୋଜ ଥିବା ବେଳେ ତାଙ୍କ ନିଖୋଜ ସଂପର୍କରେ କମ୍ପାନୀ ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ଏହାପରେ ଲାଞ୍ଜିଗଡ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କ କାରକୁ ଛତ୍ରପୁର ପଞ୍ଚାୟତ ଟାଙ୍ଗନକଣା ଡ଼୍ୟାମ ନିକଟରେ ଠାବ କରାଯାଇଥିଲା।

ଆଜି ସକାଳୁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପାଖାପାଖି ଅଞ୍ଚଳ ଖୋଜାଖୋଜି କରାଯିବା ସହ ଲାଞ୍ଜିଗଡ ଅଗ୍ନିଶମ ବାହିନୀ ତରଫରୁ ଷ୍ଟେସନ ଅଫିସର ମନୋରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଦେବରାଜ ପ୍ରଧାନ, ଗୁପ୍ତେଶ୍ୱର ନାଏକ, କୃଷ୍ଣଚନ୍ଦ୍ର ସ୍ୱାଇଁ, ବସନ୍ତ ବେହେରା ଓ ରବିନ୍ଦ୍ର ଭୋଇ ଡେମର ପାଣି ଭିତରେ ବୁଡି ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ଦିନ ୧୧ଟା ବେଳେ ତାଙ୍କ ମୃତଦେହ ଠାବ କରାଯାଇଥିଲା। ଏ ସଂପର୍କରେ ଲାଞ୍ଜିଗଡ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଏସଆଇ ରମା ରମଣୀ ମିଶ୍ର ତଦନ୍ତ କରୁଛନ୍ତି। ପ୍ରତ୍ୟୁଷଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଲାଞ୍ଜିଗଡରେ ଆସି ପହଞ୍ଚିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ମୃତ୍ୟୁରେ କମ୍ପାନୀ କର୍ମଚାରୀ ମହଲରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories