www.samajalive.in
Monday, December 15, 2025
14.1 C
Bhubaneswar

ମାରିଦେଲା ମଦ୍ୟପ

ଜୁନାଗଡ଼- ଶନିବାର ସକାଳ ସମୟରେ ଜୁନାଗଡ଼ ଥାନା ଅନ୍ତର୍ଗତ ଚେରମହୁଲ ଗାଁ ରେ ଜଣେ ମଦ୍ୟପର ଟାଙ୍ଗିଆ ଚୋଟରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି। ମୃତକ ଚେରମହୁଲ ଗ୍ରାମର ରଥ କନ୍ଦପାନ (୬୨) ବୋଲି ଜଣାପଡିଛି।

ସକାଳେ ଚେରମହୁଲ ଗାଁ ର ରତ୍ନାକର ମାଝୀ (୪୦) ସେହି ଗାଁ ର ରଥ କନ୍ଦପାନ ଙ୍କୁ କୌଣସି କାମ ପାଇଁ ଡାକି ଘର ସମ୍ମୁଖରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଟାଙ୍ଗିଆ ଚୋଟ ମୃତକର ଶରୀର ଦୁଇଖଣ୍ଡ ହେଇଯାଇଛି। ଖବର ପାଇ ଜୁନାଗଡ଼ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜଵତ କରି ଅଭିଯୁକ୍ତ କୁ ଥାନାରେ ଅଟକ ରଖି ତଦନ୍ତ କରୁଛି। କଳାହାଣ୍ଡି ଏସପି ନଗରାଜ ଦେବରକୋଣ୍ଡା ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଅଭିଯୁକ୍ତ ରତ୍ନାକର ମଦ ପିଇ ବିଭିନ୍ନ ସମୟରେ ଲୋକଙ୍କୁ ମାର ଧର କରିବାକୁ ଧମକାଉ ଥିବା କୁହାଯାଉଛି।

- Advertisement -

#kalahandi_news

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories