ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ବାହାଡ଼ାପଲ୍ଲୀ ଛକରେ ଗତ ୧୩ ତାରିଖରେ ଘଟିଥିବା ପି. ଅଭିମନ୍ୟୁ ପ୍ରଧାନଙ୍କ ହତ୍ୟା ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୁରଲୀ ପ୍ରଧାନ, ଅମର ପ୍ରଧାନ ଓ ବି. ଅଭିମନ୍ୟୁ ପ୍ରଧାନ।
ଶନିବାର ପୁଲିସ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା। ଅଭିଯୁକ୍ତମାନେ କିପରି ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ ତାହାର ଡେମୋ ଦେଖାଇଥିଲେ। ଏହା ପରେ ପୁଲିସ ହତ୍ୟାରେ ବ୍ୟବହୃତ ଖଣ୍ଡା ଓ କାତି ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା(୬୫୧/୨୫) ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଅଭିମନ୍ୟୁଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା।



