www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକ୍ କୁ ପିଟିଲା ବସ: ୧ ମୃତ , ୭ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲା କୋକସରା ଥାନା ଚାରବାହାଲ ନିକଟରେ ଗୋଟାଏ ଘରୋଇ ବସ, ଟ୍ରକ୍ କୁ ପିଟିବା ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହେଇଛନ୍ତି। ମୃତକ ବିନୋଦ କୁମାର ବେହେରା, ନବରଙ୍ଗପୁର ଅଞ୍ଚଳ ରେ କନିଷ୍ଠ ଯନ୍ତ୍ରୀ ଭାବେ କମକରନ୍ତି ବୋଲି ପ୍ରାଥମିକ ଭାବେ ଜଣାପଡିଛି। ଗୁରୁତର ଦୁଇ ବସ ଚାଳକଙ୍କ ସମେତ ମୋଟ ୭ଜଣଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଆଜି ଭୋରରେ ଶ୍ରୀ ରଘୁନାଥ ନାମକ ଘରୋଇ ବସ୍ ଭୁବନେଶ୍ୱର ରୁ ଉମରକୋଟ ଯାଉଥିଲା। ୨୬ ନମ୍ୱର୍ ଜାତୀୟ ରାଜପଥର ଚାରବାହାଲ ଛକରେ ଠିଆ ହେଇଥିବା ଏକ ମାଲ୍ ବୋଝେଇ ଟ୍ରକକୁ ପଛପଟୁ ବସଟି ଧକ୍କା ଦେଲା। ଆଖପାଖ ଲୋକଙ୍କ ସମେତ ମୋଟେର ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଉଲ୍ଲେଖଯୋଗ୍ୟ ଗତ ମଇ ୨ତାରିଖ ଦିନ ଏହି ବସ ଟି ଭବାନୀପାଟଣା ଅର୍କାବାହିଲି ପଡ଼ା ନିକଟରେ ରାସ୍ତାର ଡିଭାଇଡ଼ରକୁ ଚଢି ଦୁର୍ଘଟଣା ଗ୍ରସ୍ତ ହେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories