www.samajalive.in
Saturday, December 6, 2025
14.1 C
Bhubaneswar

ୟୁକ୍ରେନ ଡ୍ରୋନ ଆକ୍ରମଣର ଜବାବ ଦେବ ରୁଷ୍‌, ବର୍ତ୍ତମାନ ଶାନ୍ତିର ପ୍ରଶ୍ନ ନାହିଁ: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍‌ ଧରି ଟେଲିଫୋନ୍ ଆଲୋଚନା କରିଛନ୍ତି। ଏନେଇ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ​‌ରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି କଥାବର୍ତ୍ତା ସମୟରେ ଦୁଇ ନେତା ୟୁକ୍ରେନ ଏବଂ ରୁଷ ମଧ୍ୟରେ ସାମ୍ପ୍ରତିକ ସଂଘର୍ଷ, ବିଶେଷକରି ୟୁକ୍ରେନ ଦ୍ୱାରା ରୁଷ୍‌ ବିମାନ ଘାଟି ଉପରେ ଆକ୍ରମଣ ସହିତ ଅନ୍ୟ ଆକ୍ରମଣ ବିଷୟରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ଆଲୋଚନା ‘ଭଲ’ ଥିଲା, କିନ୍ତୁ ଏହା କୌଣସି ତୁରନ୍ତ ଶାନ୍ତି ପ୍ରତିଷ୍ଠା କରିବ ନାହିଁ। ସେ କହିଛନ୍ତି, “ରାଷ୍ଟ୍ରପତି ପୁଟିନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ସାମ୍ପ୍ରତିକ ଆକ୍ରମଣର ଜବାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଲଗାତର ଭାବେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମେରିକା ଅନୁଯାୟୀ, ପୁଟିନ ଅବହେଳା କରୁଛନ୍ତି। ଆମେରିକା ପୂର୍ବରୁ ଅନେକ ଥର ସ୍ପଷ୍ଟ କରିସାରିଛି ଯେ, ପୁଟିନ ଯୁଦ୍ଧବିରତି ପ୍ରତି ଗମ୍ଭୀର ହେବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories