www.samajalive.in
Saturday, December 6, 2025
26.1 C
Bhubaneswar

ଚିନ୍ତାରେ ଜାପାନ: କମୁଛି ଜନ୍ମ ହାର, ବଢ଼ୁଛି ମୃତ୍ୟୁ ହାର

ଟୋକିଓ: ଜାପାନରେ ଜନ୍ମହାର ଦ୍ରୁତଗତିରେ ହ୍ରାସ ପାଉଥିବାରୁ ସେଠାକାର ସରକାର ଚିନ୍ତିତ ହୋଇପଡିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ରେ ୬,୮୬,୦୬୧ ଶିଶୁ ଜନ୍ମଗ୍ରହଣ କରିଥିଲେ। ଏହା ପୂର୍ବବର୍ଷ ତୁଳନାରେ ୪୧ ହଜାର କମ୍‌ ବୋଲି କୁହାଯାଇଛି। ୧୮୯୯ ମସିହାରୁ ଜାପାନରେ ଜନ୍ମହାର ସମ୍ପର୍କିତ ରେକର୍ଡ ଲିପିବଦ୍ଧ କରାଯାଉଥିବାବେଳେ ଏହା ସର୍ବନିମ୍ନ ବୋଲି ଜଣାପଡିଛି। ଗୋଟିଏ ପଟେ ଜାପାନରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନବଜାତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଶ୍ବ ବ୍ୟାଙ୍କ ରେକର୍ଡ ଅନୁଯାୟୀ ମୋନାକୋ ପରେ ଜାପାନରେ ବୟସ୍କ ନାଗରିକଙ୍କ ସଂଖ୍ୟା ଦ୍ବିତୀୟ ସର୍ବାଧିକ। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଏହି ସ୍ଥିତିକୁ ଅତ୍ୟନ୍ତ ଉଦ୍‌ବେଗଜନକ ବୋଲି କହିଛନ୍ତି। ଜନସଂଖ୍ୟା ବୃଦ୍ଧି କରିବାକୁ କୋହଳ ନୀତି ଅବଲମ୍ବନ କରିବା ଜରୁରୀ ହୋଇପଡିଛି ବୋଲି ସେ ସ୍ବୀକାର କରିଛନ୍ତି। ଜାପାନରେ ମହିଳାଙ୍କ ପ୍ରଜନନ କ୍ଷମତା ୧.୧୫ ତଳେ ରହିଥିବା କୁହାଯାଇଛି। ଅର୍ଥାତ୍‌ ଜାପାନୀ ମହିଳା ହାରାହାରି ଗୋଟିଏ ଶିଶୁକୁ ଜନ୍ମ ଦେଉଛନ୍ତି। ଅପରପକ୍ଷରେ ୨୦୨୪ରେ ଜାପାନରେ ୧୬ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ପୂର୍ବବର୍ଷ ତୁଳନାରେ ଏହା ୧.୯ ପ୍ରତିଶତ ବୃଦ୍ଧି ପାଇଛି। ଜାପାନରେ ମୋଟ ୨୦ ହଜାର ସଂପ୍ରଦାୟର ବ୍ୟକ୍ତି ବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନାଗରିକଙ୍କ ବୟସ ୬୫ ବର୍ଷରୁ ଅଧିକ। ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ଜାପାନରେ ବର୍ତ୍ତମାନ କର୍ମଜୀବୀଙ୍କ ଘୋର ଅଭାବ ଦେଖିବାକୁ ମିଳୁଛି। ସରକାରଙ୍କ କଠୋର ଦେଶାଟନ ନୀତି ଏହି ସମସ୍ୟାକୁ ଅଧିକ ଜଟିଳ କରୁଥିବା କୁହାଯାଉଛି। ଜାପାନର ପଡୋଶୀ ଦକ୍ଷିଣ କୋରିଆରେ ଜନ୍ମହାର ଅପେକ୍ଷାକୃତ କମ୍‌ ରହିଥିବା ସତ୍ତ୍ବେ ସ୍ଥିତି ଉନ୍ନତ ଥିବା ଜଣାପଡିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories