www.samajalive.in
Sunday, December 7, 2025
26.1 C
Bhubaneswar

କାଜୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ

କାଜୁକୁ ଡ଼୍ରାଏ ଫ୍ରୁଟ୍ସ୍‍ର ରାଜା କୁହାଯାଏ। ଯେକୌଣସି ଖାଦ୍ୟ ସାମଗ୍ରୀରେ ମସଲା ଭାବେ ହେଉ କିମ୍ବା ସଜାଇବା ନିମନ୍ତେ ଏହାର ବ୍ୟବହାର ହୋଇଥାଏ। ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ତେଣୁ କାଜୁ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଅଟେ।

ସ୍ମରଣ ଶକ୍ତିର ଦୁର୍ବଳତା ହେତୁ ଅନେକ ଲୋକେ ବହୁ ସମୟରେ ସହଜରେ କଥା ଭୁଲି ଯାଆନ୍ତି। ଏହି ସମସ୍ୟାର ସମାଧାନ ହେଉଛି କାଜୁ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ। ତେଣୁ ନିୟମିତ ଗୋଟିଏ କାଜୁ ଖାଇବା ଦ୍ୱାରା ସବୁ କଥା ସହଜରେ ମନେ ରହିଥାଏ।

- Advertisement -

ରକ୍ତ ଚାପ ଜନିତ ସମସ୍ୟାକୁ ଦୂର କରିଥାଏ।

ହାଡ଼କୁ ଶକ୍ତ ରଖିଥାଏ।

ସପ୍ତାହକୁ ୨ ରୁ ୩ ଥର କାଜୁ ଖାଇଲେ ଶରୀର ଠିକ୍‍ ରହିଥାଏ। ମୋଟାପଣ ବୃଦ୍ଧି ହୋଇନଥାଏ।

ଖାଲି ପେଟରେ ମହୁ ସହ କାଜୁ ଖାଇଲେ ପିଲା ମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ସହଜରେ ପାଠ ମନେ ରହିଥାଏ।

କାଜୁରେ ରହିଥବା ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ ଇ , ସେଲେନିୟମ କ୍ୟାନସର ଠାରୁ ମଧ୍ୟ ରକ୍ଷା କରିଥାଏ।
କାଜୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।

କାଜୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ସୋଡିୟମର ମାତ୍ରା କମ ରହିଥାଏ। ଏହାସହ ପୋଟାସିୟମ ଓ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

କାଜୁ ହାଡ଼ ପାଇଁ ମଧ୍ୟ ଖୁବ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ ରହିଛି। କ୍ୟାଲସିୟମ ଭଳି ମାଗ୍ନେସିୟମ ମଧ୍ୟ ହାଡ଼କୁ ମଜଭୂତ କରିବାରେ ସାହାଯ୍ୟ କରେ। ହାଡକୁ ସୁସ୍ଥ ରଖେ।

ଏହା ହୃଦୟ ପାଇଁ ମଧ୍ୟ ବେଶ ଉପକାରୀ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories