ଶୀତରେ କାଜୁ ଖାଆନ୍ତୁ ; ସୁସ୍ଥ ରୁହନ୍ତୁ

ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଉପକାରୀ ଗୁଣର ଭଣ୍ଡାର। ଏଥିରେ ମାଗ୍ନେସିୟମ, ପୋଟାସିୟମ, ଜିଙ୍କ, ଆଇରନ, ମାଙ୍ଗାନିଜ, ସେଲେନିୟମ, ମିନେରାଲ୍ସ, ଭିଟାମିନ ଇ ପ୍ରଚୁର ମାତ୍ରାରେ ରହିଛି। ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ମଧ୍ୟ ରହିଛି, ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଶରୀରରେ ମେଟାବୋଲିଜିୟମ ସ୍ତର ଠିକ ରହିଥାଏ, ହୃଦୟ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ।
କାଜୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।
କାଜୁ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ସୋଡିୟମର ମାତ୍ରା କମ ରହିଥାଏ। ଏହାସହ ପୋଟାସିୟମ ଓ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
କାଜୁ ହାଡ଼ ପାଇଁ ମଧ୍ୟ ଖୁବ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ ରହିଛି। କ୍ୟାଲସିୟମ ଭଳି ମାଗ୍ନେସିୟମ ମଧ୍ୟ ହାଡ଼କୁ ମଜଭୂତ କରିବାରେ ସାହାଯ୍ୟ କରେ। ହାଡକୁ ସୁସ୍ଥ ରଖେ।
ଏହା ହୃଦୟ ପାଇଁ ମଧ୍ୟ ବେଶ ଉପକାରୀ।

Comments are closed.