www.samajalive.in
Monday, December 15, 2025
17.1 C
Bhubaneswar

୮ହଜାର ଟଙ୍କା ଲାଞ୍ଚ ନେବା ହେଲା କାଳ; ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେବଗଡ଼ ପୌର ପରିଷଦର ପୂର୍ବତନ କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନ ତିଲେଇବଣି ବ୍ଲକରେ ଅବସ୍ଥାପିତ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଦେବଗଡ଼ ପୌରାଞ୍ଚଳରେ ହୋଇଥିବା ଏକ ନିର୍ମାଣ କାର୍ଯ୍ୟ ବାବଦୀୟ ବକେୟା ବିଲ୍ କରିବାକୁ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ଦେବଗଡ଼ ପୌର ପରିଷଦରେ କାର୍ଯ୍ୟରତ ଥିବା ବେଳେ ଦେବଗଡ଼ ସହରର କଣ୍ଟ୍ରାକ୍ଟର କଲିତ କୁମାର କର ସହରର ମୁଖ୍ୟ ସ୍ଥଳୀ(ମହାପାତ୍ର ପାନ ଦୋକାନରୁ ରାଧିକା ଔଷଧ ଦୋକାନ) ମଧ୍ୟରେ ୪ଲକ୍ଷ ୩୯ ହଜାର ୬୯୩ ଟଙ୍କା ବ୍ୟୟ ଅଟକଳରେ ଏକ ଆରସିସି କଲଭର୍ଟ(ଡ୍ରେନ ସହ) ନିର୍ମାଣ କରିଥିଲେ। କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ଏହି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବେଳେ ନାନା ଆଳ ଦେଖାଇ ବିଲ ପ୍ରଦାନରେ ବିଳମ୍ବ କରିଥିଲେ। ଏନେଇ କଣ୍ଟ୍ରାକ୍ଟର କଲିତ କର ଏକାଧିକ ବାର ତାଙ୍କ ନିକଟକୁ ଧାଇଁଥିଲେ ମଧ୍ୟ ବିଜୟାନନ୍ଦ ଆଜି… କାଲି… କହି ଦିନ ଗଡ଼ାଇ ଚାଲିବା ସହ ଏଥିପାଇଁ ମୋଟା ଅଙ୍କର ହାତଗୁଞ୍ଜା ଦାବୀ କରିଥିଲେ। ଫଳରେ କଲିତ ନିରାଶ ହୋଇ ଦେବଗଡ଼ ଭିଜିଲାନ୍ସ ଡିଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଳରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରିବା ସହ ଜାଲ ବିଛାଇଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ ସମୟରେ ପୂର୍ବ ଯୋଜନା ଅନୁଯାୟୀ କଣ୍ଟ୍ରାକ୍ଟର କଲିତ କର ପୁରୁଣାଗଡ଼ ସ୍ଥିତ ବିଜୟାନନ୍ଦଙ୍କ ଘରକୁ ଯାଇ ତାଙ୍କ ଦାବୀ ଅନୁଯାୟୀ ରାସାୟନିକ ପ୍ରଲେପ ବୋଳା ନଗଦ ୮ ହଜାର ଟଙ୍କା ପ୍ରଦାନ କରିବା ସହ ଫାଇଲରେ ତାଙ୍କର ଦସ୍ତଖତ କରାଇ ନେଇଥିଲେ। ଏହି ସମୟରେ ଦେବେଗଡ଼ ଭିଜିଲାନ୍ସ ଡିଏସପି ଯୋଗେଶ ପଟେଲ ଓ ଝାରସୁଗୁଡା ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇରହିଥିବା ଭିଜିଲାନ୍ସ ଦଳ ସେଠାରେ ପହଞ୍ଚି କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ରଙ୍ଗବୋଳା ୮ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ।

- Advertisement -

ଅନ୍ୟପକ୍ଷରେ ଭିଜିଲାନ୍ସ ବିଭାଗ ଆଜି ଏକକାଳୀନ ତାଙ୍କର କାର୍ଯ୍ୟାଳୟ ଏବଂ କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପାଲି ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢାଉ କରିଥିବା ସୂଚନା ମିଳିଛି। ଆଜି ବିଜୟାନନ୍ଦ ସାହୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସମ୍ବଲପୁର ସ୍ଥିତ ଭିଜିଲାନ୍ସ କୋର୍ଟକୁ ଚାଲାଣ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories