ମୁମ୍ବଇ : ମୁସଲମାନ ଚରମପନ୍ଥୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସଦସ୍ୟଙ୍କୁ ନେଇ ଗଠନ ହୋଇଥିବା ହ୍ବାଟ୍ସଆପ୍ ଗ୍ରୁପ୍ର ଆଡମିନଙ୍କୁ ଆତଙ୍କବାଦୀ ନିରୋଧ ସ୍କ୍ବାଡ (ଏଟିଏସ୍) ଗିରଫ କରିଛି। ଗିରଫ ଆଡମିନ ହେଉଛନ୍ତି ଜଣେ ପାକିସ୍ତାନୀ। ଆଡମିନଙ୍କ ଗିରଫ ସମ୍ପର୍କରେ ଏଟିଏସ୍ ଅଧିକାରୀ ସୂଚନା ଦେଇଛନ୍ତି। ପିଏଫଆଇର ହ୍ବାଟ୍ସଆପ୍ ଗ୍ରୁପ୍ରେ ୧୭୫ଜଣ ସଦସ୍ୟ ରହିଥିଲେ। ଏହି ସଦସ୍ୟଙ୍କ ମଧ୍ୟରେ ଆଫଗାନିସ୍ତାନ ଓ ୟୁଏଇର ନାଗରିକ ରହିଥିଲେ। ପିଏଫଆଇର ଅଧିକାଂଶ ସଦସ୍ୟ ବିଦେଶ ଗସ୍ତ କରିଥିଲେ। ଆତଙ୍କବାଦୀ କାର୍ଯ୍ୟକାଳପରେ ସମ୍ପୃକ୍ତି ଅଭିଯୋଗରେ କେନ୍ଦ୍ର ସରକାର ପିଏଫଆଇକୁ ୫ବର୍ଷ ପାଇଁ ନିଷିଦ୍ଧ କରିଛନ୍ତି।
Popular Categories



