ପୁରୀରେ ଥିଲା ବିଶ୍ୱକବି ରବୀନ୍ଦ୍ରନାଥଙ୍କ ବାସଗୃହ- ଛାତ୍ରାବାସ ପାଇଁ କରିଥିଲେ ଦାନ, ଏବେ ହେବ ନିଶ୍ଚିହ୍ନ

ପୁରୀ : ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ବାସଭବନ ପାଥେର୍‌ପୁରୀ। ପୁରୀ ସମୁଦ୍ରକୂଳ ନିକଟରେ ଥିବା ଏହି ପ୍ରାଚୀନ ଐତିହ୍ୟ ଭାଙ୍ଗି ମାଟିରେ ମିଶାଇ ଦିଆଯିବ। ସେଠାରେ ସାମନ୍ତ ଚନ୍ଦ୍ରଶେଖର +୨ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ତେଣୁ ପାଥେରପୁରୀ ଛାତ୍ରାବାସ ଜମି ମାଲିକାନା କଲେଜକୁ ହସ୍ତାନ୍ତର କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଖୁବ୍‌ଶୀଘ୍ର ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି। ତେଣୁ ପୁରୀରେ ଥିବା ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଶେଷସ୍ମୃତି ସବୁଦିନ ପାଇଁ ଲିଭିଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ପୁରୀ ବାଙ୍କିମୁହାଣ ରାଜସ୍ବ ମୌଜା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ଼ରେ ରହିଛି ପାଥେରପୁରୀ ଛାତ୍ରାବାସ ଏବଂ ସୁକନ୍ୟା ଛାତ୍ରୀ ନିବାସ। ବିଶ୍ବକବି ରବୀନ୍ଦ୍ରନାଥ ତାହାକୁ ନିର୍ମାଣ କରିଥିଲେ। ସେଠାରେ ସେ ଅବସ୍ଥାନ କରିବା ସହ ଅନେକ କବିତା ରଚନା କରିଛନ୍ତି। ୧୯୪୫ରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ରାବାସ ପାଇଁ ରବୀନ୍ଦ୍ରନାଥ ତାଙ୍କ ବାସଭବନ ଦାନ କରିଥିଲେ। ୧ଏକର ୪୪୬ ଡେସିମିଲ ଜମିରେ ପାଥେରପୁରୀ ଛାତ୍ରବାସ ରହିଛି। ୧୯୯୮ରେ ପାଥେରପୁରୀ ଛାତ୍ରାବାସ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ସେଠାରେ ରବୀନ୍ଦ୍ରନାଥଙ୍କ ପ୍ରତିମୂର୍ତ୍ତି ସମେତ ସ୍ମୃତିଫଳକ ରହିଛି।
୨୦୧୯ ମେ ୩ତାରିଖ ଫଣି ବାତ୍ୟାଠାରୁ ଏହି ଛାତ୍ରାବାସ ବିପଦସଂକୁଳ ହୋଇପଡ଼ିଛି। ଦୁଆର ଓ ଝରକାଗୁଡ଼ିକ ଭାଙ୍ଗିଯିବା ସହ ଛାତରୁ ପାଣି ଗଳୁଛି। ତା’ର ଆବଶ୍ୟକ ମରାମତି ଏବଂ ରକ୍ଷଣାବେକ୍ଷଣ ପରିବର୍ତ୍ତେ ଛାତ୍ରାବାସ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଥେରପୁରୀ ଏବଂ ସୁକନ୍ୟା ଛାତ୍ରାବାସ ସମ୍ପୂର୍ଣ୍ଣ ଅବ୍ୟବହୃତ ଏବଂ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଛାତ୍ରାବାସ ଜମି ମାଲିକାନା​‌ ସରକାରଙ୍କ ନାମରେ ଥିବାବେଳେ ଏହାର ପରିଚାଳନା ଏବଂ ତଦାରଖ ଏସ୍‌ସିଏସ୍‌ କଲେଜ ପାଖରେ ରହିଛି। ପୁରୁଣା ଛାତ୍ରାବାସ ଭାଙ୍ଗି +୨ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟ​‌େ​‌ର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ତେବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ସାମନ୍ତ ଚନ୍ଦ୍ରଶେଖର +୨ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଟା ମହାନ୍ତି ସ୍ବାଗତ କରିଛନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଏସ୍‌ସିଏସ୍‌ +୨ ମାଧ୍ୟମିକ ବିଦ୍ୟାଳୟକୁ ସ୍ବତନ୍ତ୍ର ପରିଚୟ ମିଳିବ ବୋଲି ସେ କହିଛନ୍ତି। ତେବେ ମାତ୍ର ଦେଢ଼ ଏକର ଜମିରେ +୨ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ କରାଯିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍ଥାନାଭାବ ଦେଖାଯିବା ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଛାତ୍ରାବାସ ନିକଟରେ ରହିଥିବା ଆଉକିଛି ସରକାରୀ ଜମି ଏସ୍‌ସିଏସ୍‌ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ ପାଇଁ ହସ୍ତାନ୍ତର କରାଯିବାକୁ କଲେଜ ଅଧ୍ୟକ୍ଷ ଦାବି କରିଛନ୍ତି।

ପ୍ରଳୟଙ୍କରୀ ମହାଭାରତ ଯୁଦ୍ଧ ଚାଲିଥାଏ। ଶତ୍ରୁର ମୁକାବିଲା କରୁକରୁ ଅର୍ଜୁନ ଯୁଦ୍ଧକ୍ଷେତ୍ରରୁ ବହୁ ଦୂରକୁ ଚାଲି ଯାଇଥିଲେ। ଅର୍ଜୁନଙ୍କ ଅନୁପସ୍ଥିତିରେ ପାଣ୍ଡବଙ୍କୁ ପରାସ୍ତ କରିବା ନିମନ୍ତେ ଗୁରୁ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୂହ ରଚନା କରିଥିଲେ। ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଚକ୍ରବ୍ୟୂହ ଭେଦ କରି ଭିତରକୁ ପ୍ରବେଶ କରିଥିଲେ। ଦୁ‌େ‌ର୍ଯ୍ୟାଧନ, କର୍ଣ୍ଣ, ଜୟଦ୍ରଥ ପ୍ରମୁଖ ସପ୍ତ ମହାରଥୀ ଅନ୍ୟାୟ ସମରରେ ମିଳିତ ହୋଇ ବାଳକ ଅଭିମନ୍ୟୁ ଉପରେ ଆକ୍ରମଣ କରିବାରୁ ବୀରଗତି ପ୍ରାପ୍ତ ହୋଇଥିଲେ ଅଭିମନ୍ୟୁ।
ଅଭିମନ୍ୟୁଙ୍କର ମୃତ୍ୟୁ ସମ୍ବାଦ ଶୁଣି ମଧ୍ୟମ ପାଣ୍ଡବ କ୍ରୋଧରେ ଉନ୍ମତ୍ତ ହୋଇଯାଇଥିଲେ। ଜାଣିବାକୁ ପାଇଥିଲେ ଯେ ଜୟଦ୍ରଥ ହିଁ ଅଭିମନ୍ୟୁଙ୍କ ହତ୍ୟା ନିମନ୍ତେ ମୁଖ୍ୟତଃ ଦାୟୀ। ପ୍ରତିଜ୍ଞା କରିଥିଲେ ଆଗାମୀ କାଲିର ସୂର୍ଯ୍ୟାସ୍ତ ପୂର୍ବରୁ ଯଦି ଜୟଦ୍ରଥଙ୍କୁ ବଧ ନକରେ ତେବେ ମୁଁ ଅଗ୍ନିରେ ଝାସ ଦେବି। ଜୟଦ୍ରଥ ଏହି ପ୍ରତିଜ୍ଞା ସମ୍ପର୍କରେ ଜାଣି ଭୟଭୀତ ହୋଇ ଦୁ​‌େ​‌ର୍ଯ୍ୟାଧନଙ୍କ ଶରଣ ପଶିଥିଲେ। ଦୁ​‌େ​‌ର୍ଯ୍ୟାଧନ ତାଙ୍କର ଭୟ ଦୂର କରିବା ପାଇଁ ଆଶ୍ବାସନା ଦେଇ କହିଥିଲେ -‘ଚିନ୍ତା ପରିହାର କର ମିତ୍ର। ଆଗାମୀ କାଲି ସାରା କୌରବସେନା ତୁମକୁ ସୁରକ୍ଷା ଦେବେ। ଅର୍ଜୁନ କେବେ ବି ତୁମ ନିକଟରେ ପହଞ୍ଚି ପାରିବ ନାହିଁ, ମାରିବା ତ ଦୂରର କଥା। ସେ ନିଶ୍ଚୟ ଅଗ୍ନିରେ ଝାସ ଦେବ।’
ଆଗାମୀ ଦିନ ଯୁଦ୍ଧରେ ଅର୍ଜୁନଙ୍କ ଆଖି ଖୋଜୁଥାଏ ଜୟଦ୍ରଥଙ୍କୁ, ହେଲେ ପାଉ ନଥାନ୍ତି। ଦିବସର ଅବସାନ ନିକଟ ହୋଇ ଆସୁଥାଏ। ଅର୍ଜୁନଙ୍କ ନିରାଶା ବଢ଼ି ଯାଇଥିଲା। ତାଙ୍କର ମନ ସ୍ଥିତି ଲକ୍ଷ୍ୟକରି ସାରଥି କୃଷ୍ଣ କହିଥିଲେ- ‘ମିତ୍ର! ଲାଗୁଛି କୌରବ ସେନା ଜୟଦ୍ରଥଙ୍କୁ ସୁରକ୍ଷିତ ରଖିଛନ୍ତି। ତୁମେ ସେମାନଙ୍କୁ ନାଶ କରି ଆଗକୁ ବଢ଼।’ ଅର୍ଜୁନ ତାହା ହିଁ କରିଥିଲେ, କିନ୍ତୁ ଟେର୍‌ପାଇ ନଥିଲେ ଜୟଦ୍ରଥଙ୍କର।
ସନ୍ଧ୍ୟା ହେବାର ପ୍ରାକ୍‌କାଳରେ ମାୟାବୀ ଶ୍ରୀକୃଷ୍ଣ ପ୍ରିୟ ସଖାଙ୍କୁ ରକ୍ଷା କରିବା ପାଇଁ ମାୟା ଭିଆଇଥିଲେ। ଚକ୍ର ଆଢ଼ୁଆଳରେ ସୂର୍ଯ୍ୟଙ୍କୁ ଲୁଚାଇ ଦେବାରୁ ସନ୍ଧ୍ୟା ଭଳି ପ୍ରତୀତ ହେଲା। କୌରବ ଶିବିରରେ ଆନନ୍ଦ ଉଲ୍ଲାସ ଖେଳିଗଲା। ଜୟଦ୍ରଥ ମଧ୍ୟ ଏଇ ମଉକାରେ ଲୁଚିବା ସ୍ଥାନରୁ ବାହାରି ଆସି ଖୁସି ମନାଇଥିଲେ ଅର୍ଜୁନଙ୍କ ମୃତ୍ୟୁ ଆସନ୍ନ ଜାଣି। ପ୍ରତିଜ୍ଞାକୁ ସମ୍ମାନ ଜଣାଇ ଅର୍ଜୁନ ଚିତା ପ୍ରସ୍ତୁତ କରିିଥିଲେ ଝାସ ଦେବା ପାଇଁ। କୌରବଙ୍କ ମଧ୍ୟରେ ଏଇ ଦୃଶ୍ୟ ଦେଖି ନାହିଁନଥିବା ଆନନ୍ଦ ଖେଳିଯାଇଥାଏ।
ଅର୍ଜୁନଙ୍କ ମୃତ୍ୟୁ ନିଶ୍ଚିତ ଜାଣି ଜୟଦ୍ରଥ ସମ୍ମୁଖକୁ ଆସି ଅଟ୍ଟହାସ୍ୟ କରିଥିଲେ ଖୁସିରେ। ଏହା ହିଁ ଥିଲା ସୁଯୋଗ। ସଖାଙ୍କ ଉ​‌େ​‌ଦ୍ଦଶ୍ୟରେ ଶ୍ରୀକୃଷ୍ଣ କହିଥିଲେ- ‘ପାର୍ଥ! ଶତ୍ରୁ ତୁମ ସମ୍ମୁଖରେ, ଗାଣ୍ଡିବ ଉଠାଅ ଓ ଶତ୍ରୁ ନିଧନ କର। ଏବେ ବି ସୂର୍ଯ୍ୟାସ୍ତ ହୋଇନାହିଁ, ଦେଖ।’ ଏହା କହି ମାୟା ଦୂର କରିଦେଲେ। ଚକ୍ର ଆଢ଼ୁଆଳରୁ ସୂର୍ଯ୍ୟ ଦେବତା ଝଲସି ଉଠିଥିଲେ। ସୂର୍ଯ୍ୟାସ୍ତ ହୋଇନାହିଁ ବୋଲି ଜାଣିବାପରେ ଜୟଦ୍ରଥ ତୀବ୍ର ଗତିରେ ପୁନଃ ଆତ୍ମଗୋପନ ପାଇଁ ପ୍ରୟାସ କରୁଥିଲାବେଳେ ଅର୍ଜୁନ ଗାଣ୍ଡିବ ଧରି ପ୍ରସ୍ତୁତ ହୋଇଯାଇଥିଲେ ତୀର ଚାଳନା ଲାଗି। ଏଇ ସୁଯୋଗରେ ଶ୍ରୀକୃଷ୍ଣ ସତର୍କ କରାଇ ଦେଇ କହିଥିଲେ- ସଖା! ଜୟଦ୍ରଥଙ୍କ ପିତା ତାଙ୍କୁ ଏଇ ବର ଦେଇଛନ୍ତି ଯେ ଯିଏ ତାଙ୍କ ପୁତ୍ରର ମସ୍ତକ ଛେଦନ କରି ଭୂପତିତ କରାଇବ, ତା’ର ମସ୍ତକ (ହତ୍ୟାକାରୀର) ବିଦୀର୍ଣ୍ଣ ହୋଇଯିବ। ଏଠାରୁ ଉତ୍ତର ଦିଗରେ ଶହେ-ଯୋଜନ ଦୂରରେ ଜୟଦ୍ରଥଙ୍କ ପିତା ତପସ୍ୟା କରୁଛନ୍ତି। ତୁମେ ତା’ର ମସ୍ତକ ଛେଦନ କରି କୌଶଳପୂର୍ବକ ତପସ୍ୟାରତ ପିତାଙ୍କ କୋଳରେ ପକାଇଦିଅ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ଚେତାବନୀ ମୁତାବକ ତୀରରେ ଜୟଦ୍ରଥଙ୍କ ମସ୍ତକ କାଟି ସାଧନାରତ ପିତାଙ୍କ କୋଳରେ ପକାଇ ଦେଇଥିଲେ। ତପସ୍ୟାରତ ପିତା ଚମକିପଡ଼ି ଏହାକୁ ତଳକୁ ପକାଇ ଦେଇଥିଲେ। ଭୂମିରେ ଏହା ପଡ଼ିବା ପରେ ତାଙ୍କର ମସ୍ତକ ବିଦୀର୍ଣ୍ଣ ହୋଇଯାଇଥିଲା। ଏହା ସହ ପୂର୍ଣ୍ଣ ହୋଇଥିଲା ଅର୍ଜୁନଙ୍କ ପ୍ରତିଜ୍ଞା।

Comments are closed.