www.samajalive.in
Tuesday, December 9, 2025
16.1 C
Bhubaneswar

ନିରାଶ ହେଲେ ବିଧାୟକ, ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠବସ୍‍ କରାଇବା ମାମଲାରେ ଜେଲରେ ଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ସୋମବାର  ପାଟଣାଗଡ ପୋଲିସ ଭୁବନେଶ୍ୱର ଏସଡିଜେଏମ୍‍ କୋର୍ଟରେ ହାଜର କରିଥିଲା । ଏବେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ ବିଧାୟକ ନି​‌ଜ ପକ୍ଷ ନିଜେ ରଖିଥିଲେ । ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିବା ବିଧାୟକ ସରୋଜ ମେହେର ଗତକାଲି ସଂନ୍ଧ୍ୟାରେ ଡାକ୍ତରଖାନାରୁ ଫେରିବା ପରେ କୋର୍ଟରେ ହାଜର ପାଇଁ ରାତି ୩ଟାରେ ଭୁବନେଶ୍ୱର ଆଣିଥିଲା ପାଟଣାଗଡ ପୋଲିସ । ଓକିଲ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଜୁଲାଇ ୫ରେ ପରବର୍ତ୍ତୀ ଶୁଶାଶି ହେବ । ସେ ପର୍ଯ୍ୟନ୍ତ ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷ ନେବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିବା ପରେ ଝାରପଡା ଜେଲ ଯାଇଛନ୍ତି ବିଧାୟକ ସରୋଜ ମେହେର ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories