www.samajalive.in
Monday, December 15, 2025
24.1 C
Bhubaneswar

ବିଜୁ ଯୁବ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ବୈଠକ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକ ଅସନପାଟ ଠାରେ ଝୁମ୍ପୁରା ବ୍ଲକର ୧୦ ଗୋଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ବୈଠକ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ୍ୟଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଇଂ ହରିଭକ୍ତ କୁନା ଗିରିଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଉପ ସଭାପତି ଟୁନା ବାରିକ ଯୋଗଦାନ କରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତି ୱାର୍ଡ ତଥା ପଞ୍ଚାୟତ ସ୍ତରରେ ଦଳକୁ କିପରି ସୁଦୃଢ କରାଯିବ ସେ ସମ୍ପର୍କରେ ଆଲୋପାତ କରିବା ସହିତ ବର୍ତ୍ତମାନ ରାଜ୍ୟସରକାର ଯୁବ ଗୋଷ୍ଠୀ ମାନଙ୍କୁ କିପରି ସବୁ କ୍ଷେତ୍ରରେ ଆଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁଯୁବ ଜନତା ଦଳ ପଞ୍ଚାୟତ ସ୍ତରରେ କିପରି ସୁଦୃଢ ହୋଇପାରିବ ଏବଂ ପଞ୍ଚାୟତସ୍ତରରେ ରହିଥିବା କମିଟି ଗୁଡିକ ଅଧିକ କ୍ରୀୟାଶୀଳ କରିବା ପାଇଁ ଝୁମ୍ପୁରା ବ୍ଲକର ୧୦ ଗୋଟି ପଞ୍ଚାୟତର ବିଜୁ ଯୁବଜନତା ଦଳର ସମସ୍ତ ପଞ୍ଚାୟତ ସଭାପତି, ଉପସଭାପତି, ସଂପାଦକ, ସାଧାରଣ ସଂପାଦକ ତଥା ବିଜୁ ଯୁବ ଜନତା ଦଳର ସମସ୍ତ ସକ୍ରୀୟ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ । ତୃଣମୁଳସ୍ତରରେ ଦଳର ସଂଗଠନକୁ ସୁଦୃଢ କରି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତ କର୍ମୀଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁଯୁବ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories