www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ନେଲେ ଜୁଏଲ ଓରାମ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଜୁଏଲ ଓରାମ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର ୧୨ଟାରେ ସ୍ଥାନୀୟ ଶାସ୍ତ୍ରୀ ଭବନଠାରେ ନିଜ କାର୍ଯ୍ୟାଳୟରେ ପହଞ୍ଚି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ ଥିଲେ। ପୂର୍ବରୁ ୧୯୯୯-୨୦୦୪ ମଧ୍ୟରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏବଂ ୨୦୧୪-୧୯ ମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ପ୍ରଧାନମନ୍ତ୍ରିତ୍ୱ କାଳରେ ଶ୍ରୀ ଓରାମ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇଥିଲେ। ନୂତନ ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଓରାମ କହିଛନ୍ତି ଯେ ଦେଶରେ ଜନଜାତିଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, ବିଜୁଳି ଆଦି ମୌଳିକ ସମସ୍ୟାର ସମାଧାନ ତାଙ୍କ ଲକ୍ଷ୍ୟ ରହିଛି। ୧୯୯୯ରେ ସେ ପ୍ରଥମ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିବା ବେଳେ ବଜେଟ ମାତ୍ର ୮ଶହ କୋଟି ଥିଲା। ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବଜେଟ ବୃଦ୍ଧି ପାଇ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏକଲବ୍ୟ ମଡେଲ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ଆଦିବାସୀଙ୍କ ଶିକ୍ଷା ପାଇଁ ସବୁଠାରୁ ବଡ଼ କାମ। ଦେଶର ଅଧିକାଂଶ ଆଦିବାସୀ ବ୍ଲକରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଛି। ଆଗକୁ ଏହାକୁ ପ୍ରସାରିତ କରାଯିବ ବୋଲି ଶ୍ରୀ ଓରାମ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories