www.samajalive.in
Friday, December 5, 2025
26.1 C
Bhubaneswar

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ଦୁଇ ଗୁରୁତର

ପାଟଣା : ୨୦ ନଂ ଜାତୀୟ ରାଜପଥ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଲାଣିରୁ ଭୁବନେଶ୍ୱର ଯାଉଥିବା ‘ ମା ‘ ନାମକ ଏକ ଯାତ୍ରୀବାହୀ ବସକୁ ପଛପଟୁ ଏକ ୧୬ଚକିଆ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟ ଟ୍ରକ ଓ ବସ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବସ ଚାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଟ୍ରକ ଚାଳକକୁ ଘଟଗାଁ ଡାକ୍ତରଖାନା ପଠାଯାଇଛି । ଭୁବନେଶ୍ୱର ଯାଉଥିବା ବସରେ ଯାତ୍ରୀମାନେ ପିପିଳିଆ ଉଚ୍ଚ ବିଦ୍ୟାଳୟ ନିକଟରେ ବସଟି କିଛି ସମୟ ପାଇଁ ରହିଥିଲା। ଏହି ସମୟରେ ବସକୁ ପଛ ପଟୁ ଟ୍ରକଟି ଧକ୍କା ଦେଇଥିଲା। ଢେଙ୍କିକୋଟ ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories