www.samajalive.in
Saturday, December 6, 2025
16.1 C
Bhubaneswar

ରାଷ୍ଟ୍ରପତି ଭବନରେ ପାଳିତ ହେଲା ରଜ ପର୍ବ: ନାତୁଣୀଙ୍କୁ ରଜ ଦୋଳିରେ ଝୁଲାଇଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିସରରେ ପ୍ରଥମ ଥର ପାଇଁ ରଜ ପର୍ବ ଆୟୋଜନ ହୋଇଛି। ପହିଲି ରଜ ଅବସରରେ ଶୁକ୍ରବାର ସଂଧ୍ୟାରେ ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରଠାରେ ଅନୁଷ୍ଠିତ ରଜ ପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌‌ଘାଟନ କରିଥିଲେ। କଲଚରାଲ ସେଣ୍ଟରଠାରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକଳ୍ପ ସାଂସ୍କୃତିକ ସଂସ୍ଥା ଦ୍ୱାରା ରୁଦ୍ର ସଙ୍ଗୀତ ଏବଂ ସମ୍ବଲପୁରୀ ନୃତ୍ୟ, ସମ୍ବଲପୁର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା କରମା ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ, ମୟୁର ଆର୍ଟ ସେଣ୍ଟର-ଭୁବନେଶ୍ୱର ଦ୍ୱାରା ମୟୁରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଗାୟିକ ଛନ୍ଦା ମିଶ୍ର କବି ସଚ୍ଚି ରାଉତରାୟଙ୍କ ଦ୍ୱାରା ରଚିତ ‘ଛୋଟ ମୋର ଗାଁ ଟି’ ସଙ୍ଗୀତ ଗାନ କରିଥିଲେ। ରଜ ପର୍ବ ଆୟୋଜନ ଲାଗି କଲଚରାଲ ସେଣ୍ଟରଠାରେ ଚାରଟି ଦୋଳି ଲଗା ଯାଇଛି। ଏହାକୁ ଆମ୍ବପତ୍ର ଏବଂ ଫୁଲରେ ସୁସଜ୍ଜିତ କରାଯାଇଛି। ରାଷ୍ଟ୍ରପତି ମହୋଦୟା ନିଜ ନାତୁଣୀଙ୍କୁ ରଜ ଦୋଳିରେ ଝୁଲାଇ ରଜ ପର୍ବକୁ ଉପଭୋଗ କରିଥିଲେ। ଏହି ଅବସରରେ ମହିଳା ମାନେ ଅଳତା ଏବଂ ମେହେନ୍ଦି ଲଗାଇଥିଲେ। ରଜ ପର୍ବକୁ ଆକର୍ଷଣୀୟ କରିବା ପାଇଁ ପାରମ୍ପାରିକ ଓଡ଼ଆ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା। ପୋଡ଼ ପିଠା, ମଣ୍ଡା ପିଠା, କାକରା ପିଠା, ଆରିସା ପିଠା, ରସଗୋଲା, ଛେନାପୋଡ଼, ଦହିବରା, ଆଳୁଦମ, ସିଙ୍ଗଡ଼ା, ବରା ସମେତ ବେଲପଣା ଏବଂ ରଜପାନ ଆଦି ୨୦ରୁ ଊର୍ଦ୍ଧ୍ବ ଖାଦ୍ୟପେୟରେ ଅତିଥି ମାନଙ୍କୁ ଆପ୍ୟାୟିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ଓଡ଼ିଆ ମା ମାଟିର ପର୍ବ ରଜକୁ ଉପଭୋଗ କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories