www.samajalive.in
Monday, December 8, 2025
14.1 C
Bhubaneswar

ଜେଏସଏଚଏଲର ରେଟିଂ ‘କେୟାର ଏଏ’କୁ ବୃଦ୍ଧି

ନୂଆଦିଲ୍ଲୀ: କେୟାର ରେଟିଂସ୍‍ ପକ୍ଷରୁ ପ୍ରଦାନ କରାଯାଉଥିବା ରେଟିଂ କ୍ଷେତ୍ରରେ ଏକ ବଡଧରଣର ଉନ୍ନୀତ ପ୍ରୟାସରେ ଜିନ୍ଦଲ ଷ୍ଟେନଲେସ (ହିସାର) ଲିମିଟେଡ (ଜେଏସଏଚଏଲ)ର ଦୀର୍ଘସୂତ୍ରୀ ବ୍ୟାଙ୍କ ସୁବିଧା ସୁଯୋଗକୁ ପ୍ରଦାନ କରାଯାଇଥିବା ରେଟିଂକୁ କେୟାର ଏ+ ରୁ କେୟାର ଏଏ କୁ ଉନ୍ନୀତ କରିଛି ଏବଂ ଏହାକୁ ଏକ ସ୍ଥିର ଦୃଷ୍ଟିକୋଣ ମାନ୍ୟତା ପ୍ରଦାନ କରିଛି । କମ୍ପାନୀର ସ୍ୱଳ୍ପ ମିଆଦୀ ବ୍ୟାଙ୍କ ସୁବିଧା ସୁଯୋଗ ରେଟିଂକୁ କେୟାର ଏ୧+ରେ ପୁନଃ ଦୃଢିକରଣ କରାଯାଇଛି । କେୟାର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ରେଟିଂସ୍‍ ଗ୍ରୁପ୍‍ର ଅଭିଜ୍ଞତା ଏବଂ ଷ୍ଟେନଲେସ ଷ୍ଟିଲ ଶିଳ୍ପରେ ଏହାର ଆଧିପତ୍ୟ ବିସ୍ତାରକାରୀ ବଜାର ସ୍ଥିତିରୁ ସାମର୍ଥ୍ୟ ସଂଗ୍ରହ କରୁଛି । ଜେଏସଏଲ ଏବଂ ଜେଏସଏଚଏଲ୍‍ର ଷ୍ଟାଣ୍ଡଆଲୋନ ଏବଂ ସମ୍ମିଳିତ ବ୍ୟବସାୟ ଓ ଆର୍ଥିକ ଆପଦ ଦିଗ ଗତ ବର୍ଷକ ମଧ୍ୟରେ ବିସ୍ତାରିତ ଭାବରେ ସମ୍ମିଳିତ ହୋଇଛି, ଯାହା କେୟାର ପକ୍ଷରୁ କୁହାଯାଇଛି ।
ଚଳିତ ଆର୍ଥିକ ବର୍ଷରେ ଜେଏସଏଚଏଲ୍‍ ଏବଂ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ୍‍)ର ଉଲ୍ଲେଖଯୋଗ୍ୟ ଭାବରେ ଆଶାନୁରୂପ ସ୍ତର ଠାରୁ ଉନ୍ନତ ପରିଚାଳନାଗତ ଏବଂ ଆର୍ଥିକ ପ୍ରଦର୍ଶନରେ ଉନ୍ନତି ସାଧନ ବିଷୟଗୁଡିକୁ ବିକ୍ରି ପରିମାଣ ବୃଦ୍ଧି ସମର୍ଥନ ଯୋଗାଇଛି, ଯେଉଁଥିରେ ମୂଲ୍ୟଯୁକ୍ତ ଉତ୍ପାଦର ବୃହତ୍ତର ଭାଗ ରହିଛି । ଏହି ଉନ୍ନୀତ ମାନ୍ୟତା ସମ୍ପର୍କରେ ମତଦେଇ ଜେଏସଏଚଏଲ୍‍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ମୌଳିକ ଦିଗଗୁଡିକ ଉପରେ ଆମର ସ୍ୱତନ୍ତ୍ର ଭାବରେ ଦୃଷ୍ଟିନିବଦ୍ଧକୁ ଏହି ରେଟିଂସ୍‍ ପ୍ରତିଫଳିତ କରୁଛି, ଯାହା ଆର୍ଥିକ ବିବେକଗତ କାର୍ଯ୍ୟ, ପରିଚାଳନାଗତ ଦକ୍ଷତା ଏବଂ ଏକ ଉପଯୋଗୀ ମିଶ୍ରିତ ଉତ୍ପାଦ ବର୍ଗକୁ ନେଇ ଗଠିତ । କଞ୍ଚାମାଲ ମୂଲ୍ୟରେ ଅସ୍ଥିର ଅବସ୍ଥା ଲାଗିରହିବା ସତ୍ତ୍ୱେ ଆମେ ଆମର ଲାଭ ପରିମାଣ ବଜାୟ ରଖିବାରେ ସମର୍ଥନ ହୋଇଛୁ । ଆମର କ୍ଷମତା ସମ୍ପ୍ରସାରଣ ଯୋଜନା ଠିକ୍‍ ବାଟରେ ଆଗେଇ ଚାଲିଛି, ଯାହା ହିସାର୍‍ରେ ହେଉଥିବା ସମ୍ପ୍ରସାରଣ ଦ୍ୱାରା ଆମର ଉଭୟ ଘରୋଇ ଓ ବିଦେଶୀ ବଜାରଗୁଡିକ ନିମନ୍ତେ ସ୍ପେଶାଲିଟି ଷ୍ଟେନଲେସ ଷ୍ଟିଲ ଉତ୍ପାଦ ବର୍ଗର ଅନୁପାତ ପରିମାଣରେ ବୃଦ୍ଧି ଘଟାଇବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories