ରାଜ୍ୟସଭା ସାଂସଦ ପଦରୁ ଜେପି ନଡ୍ଡାଙ୍କ ଇସ୍ତଫା

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ରାଜ୍ୟସଭା ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଇସ୍ତଫା ଦେଇଛନ୍ତି । ୨୦ ଫେବୃୟାରୀରେ ନଡ୍ଡା ଗୁଜରାତରୁ ରାଜ୍ୟସଭା ସାଂସଦ ଭାବେ ଚୟନ ହୋଇଥିଲେ ।  ଅନ୍ୟ ୩ ପ୍ରାର୍ଥୀଙ୍କୁ ମଧ୍ୟ ଗୁଜରାତରୁ ରାଜ୍ୟସଭା ପାଇଁ ଚୟନ କରାଯାଇଥିଲା । ଗୁଜରାତର ରାଜ୍ୟସଭାର ୪ଟି ଆସନ ଖାଲି ଥିଲା । ବିଜେପି ସମସ୍ତ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲା ।  ଜେପି ନଡ୍ଡାଙ୍କ ଇସ୍ତଫା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସ୍ବୀକାର କରିଛନ୍ତି ।

Comments are closed.