ମାଲକାନଗିରି : ମାଲକାନଗିରି ଏମୟୁଜେ ପ୍ରେସ୍ କ୍ଲବର ସାମ୍ବାଦିକମାନେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସୟମରେ ସାମ୍ବାଦିକମାନେ ମାଲକାନଗିରି ଜିଲାର ବିଭିନ୍ନ ସମାସ୍ୟା ବିଷୟରେ ଆଲେଚନା କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିରେ ସଂଘ ସଭାପତି ଗୋପୀକୃଷ୍ଣ ପଟ୍ଟନାୟକ, ସମ୍ପାଦକ ଦେବପ୍ରସାଦ ଦାସ, ଆବାହକ ଭାସ୍କର ବେହେରା, ଯୁଗ୍ମସମ୍ପାଦକ ସତ୍ୟ ନାରାୟଣ ପଣ୍ଡା, ଜୀବନ ଦାସ, ପ୍ରସାଦ ନାୟକ, ଦୁଃଶାସନ ମହାପାତ୍ର, ପ୍ରତାପ ମିଶ୍ରଙ୍କ ସମେତ ସମସ୍ତ ଅନେକ ସାମ୍ବାଦିକ ଯୋଗଦେଇଥିଲେ।
Popular Categories



