ସାମ୍ବାଦିକ ସୁରକ୍ଷା ଆଇନକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ କଟକ ଜିଲା ସାମ୍ବାଦିକ ସଙ୍ଘ ଓ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ନିନ୍ଦା କରାଯାଇଛି। ଆଜି ଉଭୟ ସଂଘ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରାଯାଇଛି। ଜିଲା ସଭାପତି ଲଲାଟେନ୍ଦୁ ସେନାପତି, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ସର୍ବେଶ୍ୱର ପଣ୍ଡା ପ୍ରମୁଖ ଆଠଗଡ ଜିମସାର ଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ସାମ୍ବାଦିକ ସୁରକ୍ଷା ଆଇନକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଲୋକସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ତଥା ଜିମସାରର ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଉପସ୍ଥିତ ଥିଲେ। ଶ୍ରୀ ରଥ ମଧ୍ୟ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି।
Comments are closed.