www.samajalive.in
Monday, December 15, 2025
17.1 C
Bhubaneswar

ପୁନଃ ସୁପାରିସ କରିବ କଲେଜିୟମ

ବେଙ୍ଗାଲୁରୁ  : ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେ ଏମ୍‍ ଯୋଶେଫଙ୍କୁ ପଦୋନ୍ନତି ପୂର୍ବକ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କଲେଜିୟମ୍‍ ପୁନର୍ବାର ସରକାରଙ୍କୁ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମ୍‍ ବୈଠକରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ସଦସ୍ୟମାନେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ନିଷ୍ପତ୍ତି ଅନୁଯାୟୀ ଯେଉଁସବୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ସୁପ୍ରିମକୋର୍ଟର ବିଚାରପତି ପଦ ଲାଗି ସୁପାରିସ କରାଯିବ ସେମାନଙ୍କ ମଧ୍ୟରେ ଯୋଶେଫଙ୍କ ନାମ ରହିବ। ତେବେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ କଲେଜିୟମ୍‍ରେ ପୁନର୍ବାର ଆଲୋଚନା କରାଯିବା। ଏଥିପାଇଁ ମେ ୧୬ରେ ପୁନର୍ବାର କଲେଜିୟମର ବୈଠକ ହେବ। ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ କେଉଁ ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରାଯିବ ତାହା ମେ ୧୬ ବୈଠକରେ ସ୍ଥିର କରାଯିବ। ଏହା ପୂର୍ବରୁ ମେ ୨ରେ ବସିଥିବା କଲେଜିୟମ୍‍ ବୈଠକରେ ଜଷ୍ଟିସ ଯୋଶେଫଙ୍କ ନାମ ସୁପାରିସ ସମ୍ପର୍କରେ ଆଲୋଚନା
ହୋଇଥିଲା; ମାତ୍ର ଏ ପ୍ରସଙ୍ଗରେ କଲେଜିୟମଙ୍କ ନିଷ୍ପତ୍ତି ସ୍ଥଗିତ ରହିଥିଲା।
ସୁପ୍ରିମକୋର୍ଟର ବିଚାରପତି ପଦ ଲାଗି ଜଷ୍ଟିସ ଯୋଶେଫଙ୍କ ନାମକୁ ଜାନୁଆରୀ ୧୦ରେ କଲେଜିୟମ୍‍ ସୁପାରିସ କରିଥିଲା। ତିନିମାସ ପରେ ଏପ୍ରିଲ ୨୬ରେ ସରକାର ଜଷ୍ଟିସ ଯୋଶେଫଙ୍କ ନାମକୁ ଅଗ୍ରାହ୍ୟ କରିବା ପୂର୍ବକ ପୁନର୍ବିଚାର ଲାଗି ପରାମର୍ଶ ଦେଇଥିଲେ। ଜଷ୍ଟିସ ଯୋଶେଫ ନାମକୁ ଅଗ୍ରାହ୍ୟ କରିବା ପଛରେ ସରକାର ଅନେକ କାରଣ ଦର୍ଶାଇଥିଲେ। ବିଶେଷକରି ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଯୋଶେଫ ଅନ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ଠାରୁ ବହୁ ପଛରେ ଥିବା କୁହାଯାଇଥିଲା। ହାଇକୋର୍ଟର ବିଚାରପତିଙ୍କ ମଧ୍ୟରେ ବରିଷ୍ଠତାକୁ ବିଚାର କଲେ ଜଷ୍ଟିସ ଯୋଶେଫଙ୍କ ସ୍ଥାନ ୪୨ତମ ସ୍ଥାନରେ ରହିଛି। ଅର୍ଥାତ୍‍ ଜଷ୍ଟିସ ଯୋଶେଫଙ୍କ ଉପରେ ଆହୁରି ୪୧ଜଣ ବରିଷ୍ଠ ବିଚାରପତି ରହିଛନ୍ତି। ଏପରି କି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ବରିଷ୍ଠତାକୁ ବିଚାର କଲେ ଜଷ୍ଟିସ୍‍ ଯୋଶେଫଙ୍କ ସ୍ଥାନ ୧୧ରେ ରହିଛି। ଏପରିସ୍ଥିତିରେ ଜଷ୍ଟିସ ଯୋଶେଫଙ୍କୁ ପଦୋନ୍ନତି ଦେବା ଉଚିତ ହେବ ନାହିଁ ବୋଲି ସରକାର କହିଥିଲେ। ଏହା ସହିତ ଜଷ୍ଟିସ ଯୋଶେଫଙ୍କ ମୂଳ ହାଇକୋର୍ଟ କେରଳରୁ ଅନେକ ବିଚାରପତି ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟପଟେ କଲକାତା, ଛତିଶଗଡ, ଗୁଜରାଟ, ରାଜସ୍ଥାନ, ଝାଡଖଣ୍ଡ, ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ସିକିମ୍‍, ମଣିପୁର ଓ ମେଘାଳୟ ହାଇକୋର୍ଟର କୌଣସି ପ୍ରତିନିଧି ସୁପ୍ରିମକୋର୍ଟରେ ନାହାନ୍ତି। ସେହିପରି ସୁପ୍ରିମକୋର୍ଟରେ ଏସସି/ଏସଟି ବର୍ଗରୁ କୌଣସି ବିଚାରପତି ନଥିବା ନେଇ ସରକାର ଉଦ୍‍ବେଗ ପ୍ରକାଶ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories