www.samajalive.in
Sunday, December 14, 2025
26.1 C
Bhubaneswar

ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ

ନୂଆଦିଲ୍ଲୀ: ବିସିସିଆଇରେ ପ୍ରଶାସନିକ ସଂସ୍କାର ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶୁକ୍ରବାର ହୋଇଥିଲା। ତେବେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ୩ଜଣିଆ ପୀଠ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଇ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ଘୁଞ୍ଚାଇ ଦେଇଛନ୍ତି। ଶୁକ୍ରବାର ଅପରାହ୍ଣ ୨ଟା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକ୍‍ସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‍ କ୍ରିକେଟ୍‍ ସଂସ୍କାର ଓ ଲୋଧା କମିଟି ସୁପାରିସ ଲାଗୁ କରିବାରେ ୧୨ଟି ସଂସ୍ଥା କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସଂପର୍କରେ ଯୁକ୍ତି ଉପସ୍ଥାପନ କରିବାର ଥିଲା। ତେବେ ଏହି ମାମଲା ଶୁଣାଣି ଆସନ୍ତା ୧୫କୁ ଘୁଞ୍ଚାଇ ଦେବାକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଥିଲେ। ଅନ୍ୟପକ୍ଷରେ ଗୋପାଳ ସୁବ୍ରମଣ୍ୟମ୍‍ ଛୁଟିରେ ଯିବେ ବୋଲି କହିବା ପରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ଧାର୍ଯ୍ୟ କରା ଯାଇଥିଲା।
ସୂଚନାଯୋଗ୍ୟ; ବିସିସିଆଇ ସହ ଅନୁବନ୍ଧିତ ୩୭ଟି ସଂସ୍ଥା ମଧ୍ୟରୁ ୧୨ଟି ସଂସ୍ଥା ଲୋଧା କମିଟି ସୁପାରିସ ମଧ୍ୟରୁ ୪ଟିରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ସେଗୁଡ଼ିକ ହେଲା ଗୋଟିଏ ରାଜ୍ୟ-ଗୋଟିଏ ଭୋଟ୍‍, କୁଲିଂ ଅଫ୍‍ ସମୟସୀମା (କୌଣସି କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅତିକମ୍‍ରେ ୩ବର୍ଷର ବ୍ୟବଧାନ), ଆପେକ୍ସ କାଉନ୍‍ସିଲ ଗଠନ ଓ ନିର୍ବାଚିତ ପ୍ରତିନିଧି ଓ ପେସାଦାରଙ୍କ ମଧ୍ୟରେ କ୍ଷମତା ବଣ୍ଟନ। ସେହିପରି କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିବା ୭ମ ସ୍ଥିତାବସ୍ଥା ରିପୋର୍ଟରେ ବିସିସିଆଇର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ଓ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିବା ଦର୍ଶାଇ ସେମାନଙ୍କ ସ୍ଥାନରେ ନିର୍ବାଚନ ମାଧ୍ୟମରେ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯିବାକୁ ଦର୍ଶା ଯାଇଥିଲା। ଲୋଧା କମିଟି ସୁପାରିସ ପୂର୍ଣ୍ଣ ଭାବେ ଲାଗୁ ହୋଇନଥିଲେ ମଧ୍ୟ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‍) ଆୟୋଜନ କରାଯିବାକୁ ସିଓଏ ସୁପ୍ରିମକୋର୍ଟରେ ଦାଖଲ ନିଜ ସ୍ଥିତାବସ୍ଥା ରିପୋର୍ଟରେ ନିବେଦନ କରିଥିଲା। ବିସିସିଆଇ ପଦାଧିକାରୀ ଓ ସିଓଏ ସଦସ୍ୟଙ୍କ ମଧ୍ୟରେ ସଂପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଲୋଧା କମିଟି ସୁପାରିସରେ କେତେକ ପରିବର୍ତ୍ତନ ଆଣିବାକୁ ଅନୁବନ୍ଧିତ ସଂସ୍ଥାମାନେ ସୁପ୍ରିମକୋର୍ଟରେ ନିବେଦନ କରିଥିବା ପରିପ୍ରେକ୍ଷୀରେ ପରବର୍ତ୍ତୀ ଶୁଣାଣିରେ କ’ଣ ଫଳାଫଳ ବାହାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହାସହ ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ବିସିସିଆଇ ଓ ରାଜ୍ୟ ଆସୋସିଏସନ୍‍ମାନଙ୍କର ସମ୍ବିଧାନ ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ କୌଣସି ରାଜ୍ୟ ଆସୋସିଏସନ୍‍ କିମ୍ବା ଅନୁବନ୍ଧିତ ସଂଗଠନମାନେ କର୍ମକର୍ତ୍ତା ନିର୍ବାଚନ କରାଇପାରିବେ ନାହିଁ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories