www.samajalive.in
Sunday, December 14, 2025
26.1 C
Bhubaneswar

ଇମ୍ଫା ବିବାଦର ଅବସାନ ; ୧୯ଦିନ ପରେ କାରଖାନାରୁ ବାହାରିଲା ଧୂଅାଁ

ରାୟଗଡା : ଇମ୍ଫା ବିବାଦର ଆବସାନ ଘଟିଛି। ୧୮ଦିନ ପରେ ଜିଲା ପ୍ରଶାସନର ମଧ୍ୟସ୍ଥତାରେ ଉଭୟ କାରଖାନା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁରୁବାର ଆଲୋଚନା ପରେ ଆନ୍ଦୋଳନକାରୀ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି। ୧୯ଦିନରେ କାରଖାନାରୁ ଧୂଅାଁ ବାହାରିଛି। ଅନ୍ୟପକ୍ଷରେ କାରଖାନା ଚାଲିବା ପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ କାରଖାନାକୁ ନେଇ ଜୀବିକା ନିର୍ବାହ କରୁଥିବା ଲୋକେ ଆସ୍ୱସ୍ତି ଲାଭ କରିଛନ୍ତି। ଗୁରବାର ରାତି ପ୍ରାୟ ୮ଘଣ୍ଟା ୧୫ମିନିଟରେ ଜିଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ସାମାଧାନ ପାଇଁ ମୁହାମୁହିଁ ଆଲୋଚନା ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ ଏସପି ରାହୁଲ ପିଆର, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ତ୍ରିପାଠୀ, ଉପଜିଲାପାଳ ପ୍ରବୀର କୁମାର ନାୟକ, ଅତିରିକ୍ତ ଏସପି ୱାଇ ଜଗନ୍ନାଥ ରାଓ ପ୍ରମୁଖଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ବାତାବରଣ ଭିତରେ ଆଲେଚନା କରାଯାଇଥିଲା। ଆନ୍ଦୋଳନକାରୀ ପୂର୍ବପରି ନିଜର ୯ଦଫା ଦାବି ସମ୍ପର୍କରେ ଦୋହରାଇଥିବାବେଳେ ଏହାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜିଲାପାଳ ତାପସ କୁମାର କହିଛନ୍ତି। ମୁଖ୍ୟତଃ ପାରିପାର୍ଶ୍ବିକ ବିକାଶ ପାଣ୍ଠି, ସ୍ଥାନୀୟ ନିଯୁକ୍ତି, ବର୍ଯ୍ୟବସ୍ତୁ ପରିଚାଳନା ଜମିଜମା ବିବାଦ ଭଳି ଦାବିକୁ ନେଇ ଆଲେଚନା ହୋଇଥିଲା। ପାରପାଶ୍ୱିର୍କ ବିକାଶ ପାଣ୍ଠି ବାବଦକୁ କାରଖାନା ପକ୍ଷରୁ ସହଭାଗିତାର ସବିଶେଷ ବିବରଣୀ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିବା ଜିଲାପାଳ କହିଛନ୍ତି। କାରଖାନା ଦ୍ୱାରା ପ୍ରଭାବିତ ଗ୍ରାମ ଗୁଡ଼ିକରେ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରିବା, ବର୍ଜ୍ୟବସ୍ତୁର ସଠିକ ପରିଚାଳନା, ପାରିପାର୍ଶ୍ବିକ ବିକାଶ ପାଇଁ ପଦକ୍ଷେପ, ଲୋକଙ୍କ ସେବା ପାଇଁ ଉତ୍ତମ ମାନର ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସ୍ଥାନୀୟ ନିଯୁକ୍ତି ପାଇଁ ଗୋଟିଏ ସାରଣୀ ପ୍ରସ୍ତୁତ କରି ସେ ଦିଗରେ ଧ୍ୟାନ ଦେବାକୁ କୁହାଯାଇଥିବା ସେ କହିଛନ୍ତି। ଅପରପକ୍ଷରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ, ସର୍ବନିମ୍ନ ମଜୁରୀ, ଦିବ୍ୟାଙ୍ଗଙ୍କ ପାଇଁ ସହାୟତା ସ୍ୱରୂପ କୃତ୍ତୃିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର କରିବା, ଏପରିକି ଦିବ୍ୟାଙ୍ଗଙ୍କୁ ମୋଟର ଚାଳିତ ୩ଚକିଆ ସାଇକଲ ପ୍ରଦାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା।
ତେବେ ସମସ୍ତ ଦାବିକୁ ପୂରଣ କରିବାକୁ କାରଖାନା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅଧିକାରୀ ମାନେ ମତ ଦେଇଥିବା ଜିଲାପାଳ ତାପସ କୁମାର ୩ଘଣ୍ଟା ଧରି ଆଲୋଚନା ପରେ ଗୁରବାର ବିଳମ୍ବିତ ରାତିରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷରେ କାରଖାନାର ମହାପ୍ରବନ୍ଧକ କେଭି ରାଓ ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କରେ ଆଲୋଚନ ହୋଇଥିବା, ସେସବୁକୁ ପୂରଣ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ସବୁୁଦିନ ଭଳି ଶୁକ୍ରବାର ପୂର୍ବାହ୍ଣ ୧୦ଟା ବେଳେ କାରଖାନା ସମ୍ମୁଖରେ ମହିଳା ଓ ପୁରଷ ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ତ୍ରିପାକ୍ଷିକ ଆଲୋଚନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲା ପ୍ରଶାସନର ମଧ୍ୟସ୍ଥତାରେ କାରଖାନା ପକ୍ଷରୁ ମହା ପ୍ରବନ୍ଧକ କେଭି ରାଓ, ଡିଜିଏମ ଅଜୟ କୁମାର ବେଉରିଆ ଏବଂ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀଙ୍କ ସହ ଆନ୍ଦୋଳନର ନେତୃତ୍ୱ ନେଇଥିବା ଜିତୁ ଜାକାସିକାଙ୍କ ସହ ହରପ୍ରସାଦ ହେପୃକା, ଗୋପୀନାଥ କାଡ୍ରାକା, ସବିତା ହିକକା, ନୀତୁ କାଡ୍ରାକା ଭଳି ବହୁ ପ୍ରତିନିଧିଙ୍କୁ ନେଇ ସମାଧାନ ସମ୍ପର୍କରେ ଏକ ବୈଠକ ହୋଇଥିଲା। ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଦାବି ସମ୍ପର୍କରେ ଦୀର୍ଘ ୩ଘଣ୍ଟା ଧରି ଆଲୋଚନା କରାଯାଇଥିବାବେଳେ ଆନ୍ଦୋଳନକାରୀ ରଖିଥିବା ୯ଟି ଦାବି ମଧ୍ୟରୁ ୬ଟି ଦାବି ମାନି ନେଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିବା ଯୁବକ ଜିତୁ ଜାକାସିକା ଲୋକଙ୍କୁ ବୁଝାଇଥିଲେ। ତେବେ ଆଲୋଚନାରେ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିବା ଲୋକଙ୍କୁ କହିଥିଲେ। ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ୧୮ଦିନ ଧରି ଲାଗିଥିବା ତମ୍ବୁକୁ ଉଠାଯାଇଥିବାବେଳେ କାରଖାନାର ମୁଖ୍ୟ ଫାଟକ ଖୋଲାଯାଇଥିବା ଦେଖିବାକୁ ମିଳିଛି। କାରଖାନା ଭିତରକୁ ଶ୍ରମିକ ପ୍ରବେଶ କରିଥିବାବେଳେ ଉତ୍ପାଦନ ଓ ସ୍ୱାଭାବିକ ସ୍ଥିତି ଫେରିଆସିବାକୁ ୨ରୁ ୩ଦିନ ସମୟ ଲାଗିବ ବୋଲି କାରଖାନା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories