ମୁମ୍ବାଇ : ଅପେକ୍ଷାର ହେବ ଅନ୍ତ । ଖୁବ୍ ଶୀଘ୍ର ଆସୁଛି ‘ଜଲି ଏଲଏଲବି ୩’ । ଦର୍ଶକ ଅକ୍ଷୟ କୁମାର, ଅର୍ଶଦ ୱର୍ଶି ଏବଂ ସୌରଭ ଶୁକ୍ଳାଙ୍କୁ ଏଥିରେ ଦେଖିବାକୁ ପାଇବେ । ବୁଧବାର ସେପ୍ଟେମ୍ବର ୧୦ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢି ଯାଇଛି । କାହାଣୀଟି ଆସିଛି ଏକ ମାମଲାକୁ ନେଇ । ଏଥିରେ ଜଣେ ନୁହେଁ ୨ଜଣ ଜଲି ଅଛନ୍ତି । ଫିଲ୍ମଟିରେ ଦର୍ଶକ ଝଗଡା ସହ ଭରପୁର କମେଡିର ମଧ୍ୟ ମଜା ନେବେ । ଲଢେଇରେ କିଏ ଜିତୁଛି ତାହା ଫିଲ୍ମ ଦେଖିଲେ ହିଁ ଜଣାପଡିବ । ଏହି ଫିଲ୍ମ ସେପ୍ଟେମ୍ବର ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।
ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ସୁଭାଷ କପୁର ହୋଇଥିବା ବେଳେ ପ୍ରୟୋଜକ ହେଉଛନ୍ତି ଆଲୋକ ଜୈନ ଏବଂ ଅଜିତ ଅନ୍ଧାରେ । ୨୦୨୩ରେ ‘ଜଲି ଏଲଏଲବି’ ଅର୍ଶଦ ୱର୍ଶିି ଏବଂ ୨୦୨୭ରେ ‘ଜଲିଏଲଏଲବି ୨’ ଅକ୍ଷୟ କୁମାରଙ୍କୁ ଓକିଲ ଭୂମିକାରେ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ‘ଜଲି ଏଲଏଲବି’ ୩ର ଟ୍ରେଲରେ ଅକ୍ଷୟ ଏବଂ ଅର୍ଶଦଙ୍କୁ ଓକିଲଙ୍କ ପୋଷାକ ପିନ୍ଧି ମୁହାଁମୁହିଁ ହେଉଥିବା ଦେଖାଯାଇଛି । ଟ୍ରେଲର ରିଲିଜ୍ ପରେ କ୍ୟାପସନରେ ଲେଖାଯାଇଛି, ଏଥର ଡବଲ୍ କମେଡି, ଝାମେଲା ଦେଖିବାକୁ ମିଳିବ । ଟ୍ରେଲରରେ ଦେଖାଯାଉଛି ଏଥର ଲଢେଇ ଜନସାଧାରଣ ଏବଂ ଜଣେ ରାଜନୈତିକ ନେତାଙ୍କ ମଧ୍ୟରେ ।
ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ
ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର



