www.samajalive.in
Monday, December 15, 2025
26.1 C
Bhubaneswar

ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର

ଚଳିତ ବର୍ଷ ପିତୃପକ୍ଷର ଆରମ୍ଭ ୭ ସେପ୍ଟେମ୍ବରରୁ ହୋଇଛି । ୨୧ ସେପ୍ଟେମ୍ବରରେ ଏହା ଶେଷ ହେବ । ହିନ୍ଦୁ ଧର୍ମରେ ଏହି ଦିନମାନଙ୍କର ଖୁବ୍‌ ମହତ୍ତ୍ୱ ରହିଛି । ଏହି ସମୟରେ ପୂର୍ବ ପୁରୁଷଙ୍କୁ ଶାନ୍ତ କରିବା ପାଇଁ, ଆଶୀର୍ବାଦ ପାଇବା ପାଇଁ ପିଣ୍ଡଦାନ, ତର୍ପଣ ଓ ଶ୍ରାଦ୍ଧ କରାଯାଏ । ମାନ୍ୟତାନୁସାରେ ଏପରି କରିବା ଦ୍ୱାରା ପୂର୍ବ ପୁରୁଷ ଶାନ୍ତ ହେବା ସହ ପରିବାରରେ ହସଖୁସିର ବାତାବରଣ ରହିଥାଏ ।

ଧାର୍ମିକ ମାନ୍ୟତାନୁସାରେ ପିତୃପକ୍ଷ ସମୟରେ କିଛି ବିଶେଷ ବୃକ୍ଷ ମୂଳରେ ଦୀପ ଲଗାଇବା ଅତ୍ୟନ୍ତ ଶୁଭଙ୍କର । ଏହାଦ୍ୱାରା ପୂର୍ବପୁରୁଷଙ୍କ ବିଶେଷ କୃପା ସହ ପିତୃଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

- Advertisement -

ମାନ୍ୟତାନୁସାରେ ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇଁ ଅଶ୍ୱତ୍ଥବୃକ୍ଷ ମୂଳରେ ଦୀପ ଲଗାଇବା ସହ ପୂଜା କରନ୍ତୁ । ଏହି ସମୟରେ ନିୟମିତ ଅଶ୍ୱତ୍ଥ ବୃକ୍ଷ ମୂଳରେ ସୋରିଷ ତେଲରେ ନିୟମିତ ଦୀପ ଲଗାନ୍ତୁ । ସୁଖସମୃଦ୍ଧି ବୃଦ୍ଧି ହେବ ।

ତୁଳସୀ ବୃକ୍ଷ ମୂଳରେ ନିୟମିତ ପୂଜା କରିବା ସହ ଘିଅର ଦୀପ ଲଗାନ୍ତୁ । ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏପରି କରିବା ଦ୍ୱାରା ଘର ପରିବାରରେ ହସଖୁସି ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ପିତୃଦୋଷ ଦୂର ହୋଇଥାଏ । ପରିବାର ସଦସ୍ୟଙ୍କ ଉନ୍ନତି ହୋଇଥାଏ ।

ପିତୃପକ୍ଷରେ ଶମି ବୃକ୍ଷ ନିକଟରେ ଘିଅର ଦୀପ ଲଗାନ୍ତୁ । ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ଏହି ବୃକ୍ଷ ଶନି ଦେବଙ୍କର ଅତି ପ୍ରିୟ । ଏହି ବୃକ୍ଷର ପୂଜା କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories