ଯୋବ୍ରା ନିକଟରେ ୩ ସାଙ୍ଗ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ନାବାଳକଙ୍କ ମୃତଦେହ
ଯୋବ୍ରା: ମହାନଦୀରୁ ଉଦ୍ଧାର ହେଲା ତୃତୀୟ ନାବାଳକଙ୍କ ମୃତଦେହ । ଆଜି ସକାଳୁ ଉଦ୍ଧାରକାରୀ ଦଳଙ୍କ ଦ୍ବାରା ୩ୟ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବାଳକଙ୍କ ନାଁ ଏମ୍.ଡି ସାଦ୍ଦିନ ବୋଲି ଜଣାପଡ଼ିଥିବା ବେଳେ ଗୁରୁଦ୍ବାର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଗତ ରବିବାର ଦିନ ଯୋବ୍ରା ନିକଟରେ ୩ ସାଙ୍ଗ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ଏନେଇ ଉଦ୍ଧାକାରୀ ଦଳ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ସେହିଦିନ ଅର୍ଥାତ ରବିବାର ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କାରାଯାଇଥିଲା । ଉଦ୍ଧାର ପରେ ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । ପରେ ଗତକାଲି ଆଉ ଜଣେ ନାବାଳକ ଆୟୂର ଖାନଙ୍କ ମୃତଦେହ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍ ।
Comments are closed.