ରାମ ନବମୀରେ ଆମିଷ ଭୋଜନ ; ଜେଏନ୍ୟୁର ଦୁଇ ଛାତ୍ର ଗୋଷ୍ଠୀରେ ସଂଘର୍ଷ
ନୂଆଦିଲ୍ଲୀ : ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ରବିବାର ସଂଘର୍ଷ ଘଟିଛି। ରବିବାର ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଥିବାବେଳେ ବିଶ୍ବବିଦ୍ୟାଳୟର କାବେରୀ ହଷ୍ଟେଲରେ ଆମିଷ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏହାକୁ କେତେକ ଛାତ୍ର ଖାଇବାକୁ ମନା କରିବା ସହିତ ବିରୋଧ କରିଥିଲେ। ଫଳରେ ଅନ୍ୟଗୋଷ୍ଠୀ ଏହାର ପ୍ରତିବାଦ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ ଏଥିରେ କେତେକ ଛାତ୍ର ଆହତ ହୋଇଛନ୍ତି ବୋଲି ଡିସିପି ମନୋଜ ସିଂ କହିଛନ୍ତି।
Comments are closed.