www.samajalive.in
Saturday, December 13, 2025
27.1 C
Bhubaneswar

ରକ୍ତ ଦେଇ ଜୀବନ ବଞ୍ଚାଇଲେ ଫୁଟ୍‍ବଲର ଜେଜେ

ସିଡ୍‍ନୀ: ଭାରତୀୟ ଫୁଟ୍‍ବଲ ଦଳର ପ୍ରମୁଖ ଖେଳାଳି ହେଲେ ଷ୍ଟ୍ରାଇକର ଜେଜେ ଲାଲ୍‍ପେ ଖ୍‍ଲୁଆ। ବର୍ତ୍ତମାନ ସାରାଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକ୍‍ଡାଉନ୍‍ ଚାଲିଥିବା ବେଳେ ଜେଜେ ଫୁଟ୍‍ବଲ ନ ଖେଳି ଘରେ ଅଛନ୍ତି। କରୋନା ଯୋଗୁଁ ଲୋକମାନେ ଘରେ ଥିବାରୁ ଡାକ୍ତରଖାନାରେ ରକ୍ତର ଅଭାବ କଥା ଜାଣିବାକୁ ପାଇଲେ। ଜଲ୍‍ଦି ରକ୍ତ ନ ମିଳିଲେ; କିଛି ରୋଗୀଙ୍କର ମୃତ୍ୟୁ ଘଟିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇଲେ। ଏହା ଜାଣିବା ପରେ ଜେଜେ ତାଙ୍କ ଅଞ୍ଚଳ ଡାର୍ଟିଆଙ୍ଗ୍‍ର ୩୩ ଜଣ ଉତ୍ସାହୀ ଯୁବକଙ୍କୁ ଏକାଠି କଲେ ଏବଂ ରକ୍ତଦାନ ପାଇଁ ଡାକ୍ତରଖାନା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜେଜେ ଲାଲ୍‍ପେଖ୍‍ଲୁଆଙ୍କ ସହ ମୋଟ ୨୭ ଜଣ ରକ୍ତଦାନ ପାଇଁ ଯୋଗ୍ୟ ବିବେଚିତ ହେଲେ। ଡାକ୍ତରଖାନାରେ ସେମାନଙ୍କଠାରୁ ରକ୍ତ ସଂଗ୍ରହ କରାଗଲା। ପୂର୍ବରୁ ମଧ୍ୟ ଏକାଧିକ ଥର ଜେଜେ ରକ୍ତଦାନ କରିଛନ୍ତି। ପୁଣି ମିଜୋରାମରେ ବହୁ ଜନ ହିତକର କାର୍ୟ୍ୟ ଜେଜେ କରିଥାଆନ୍ତି। ଗତ ଏକ ଦଶନ୍ଧି ହେଲା ଜେଜେ ଲାଲ୍‍ପେଖ୍‍ଲୁଆ ଭାରତୀୟ ଫୁଟ୍‍ବଳ ଦଳର ନିୟମିତ ସଦସ୍ୟ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories