www.samajalive.in
Sunday, December 7, 2025
23.1 C
Bhubaneswar

ଟାୱାର ନିର୍ମାଣକୁ ପୂରିଲା ୩ବର୍ଷ, ମିଳୁନି ଜିଓ ସେବା

ହରଭଙ୍ଗା: ହରଭଙ୍ଗା ବ୍ଲକର ଛତ୍ରଙ୍ଗ, କୁଶଙ୍ଗ, ହରଭଙ୍ଗା ପଂଚାୟତର ଜନସାଧାରଣଙ୍କୁ ଜିଓ ମୋବାଇଲ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଧୁଙ୍ଗିଆମୁଣ୍ଡା ଗ୍ରାମର ଗୁଣ୍ଡୁରିସାହିରେ ଗତ ୨୦୧୯ରେ ଏକ ମୋବାଇଲ ଟାୱାର ନିର୍ମାଣ ହୋଇଥିଲା। ମୋବାଇଲ ଟାୱାର ନିର୍ମାଣ ପରେ ବି ନେଟୱର୍କ ଯୋଗାଇବା ପାଇଁ ଆନୁସଙ୍ଗିକ ଯନ୍ତ୍ରପାତି ସେଥିରେ ଖଞା ଯାଇନାହିଁ । ଫଳରେ ନିର୍ମାଣ କାର୍ଯ୍ୟ ଶେଷର ୩ବର୍ଷ ପରେ ବି ଲୋକଙ୍କ ଜିଓ ମୋବାଇଲ ସେବା ଅପହଂଚ ହୋଇରହିଛି। ଫଳରେ ହରିଜନ/ଆଦିବାସୀ ଅଧ୍ୟୁଷିତ ଛତ୍ରଙ୍ଗ ପଂଚାୟତର ହଜାର ହଜାର ଲୋକେ ଏହି ସେବାରୁ ବଂଚିତ ହୋଇରହିଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହା

- Advertisement -

ସହିତ କରୋନା ଭଳି ସଙ୍ଗୀନ ପରିସ୍ଥିତିରେ ମୋବାଇଲ ସେବା ଏବଂ ନେଟୱର୍କ ଅଭାବରୁ ପିଲାଙ୍କ ଅନଲାଇନ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହା ସହିତ ଟାୱାର ନିର୍ମାଣ ପାଇଁ ଜମି ଯୋଗାଇଥିବା ଗ୍ରାମର ସରଜୁ ବେହେରାଙ୍କୁ ମାସିକ ୩ ମାସର ଭଡା ପଇସା କମ୍ପାନୀ ପଇଠ କରିଥିବା ବେଳେ ଆଉ ବାକି ଦିନର ପଇସା ଦେଉନଥିବା ଜମି ମାଲ୍ଲିକ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ଜିଓ ସେବା କାର୍ଯ୍ୟକ୍ଷମ କରିବା ପାଇଁ ସଚେତନ ନାଗରିକ ସୁଧିର ଦୀପ, ବସନ୍ତ ବେହେରା, ଭାରତୀ ବେହେରା, ରଶ୍ମିରଂଜନ ବେହେରା, ରମେଶ ପ୍ରଧାନ, ଜୟକୃଷ୍ଣ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories