www.samajalive.in
Tuesday, December 9, 2025
16.1 C
Bhubaneswar

ବିଜୁ ଯୁବ ଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର

ଭୁବନେଶ୍ୱର:କରୋନା ମହାମାରୀ ସମୟରେ ରକ୍ତ ଅଭାବରେ କେହି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ। ଏଥିପାଇଁ ରକ୍ତଭଣ୍ଡାରେ ପର୍ଯ୍ୟାପ୍ତ ପରିମାଣ ରକ୍ତ ମହଜୁଦ୍‌ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ଆଭିମୁଖ୍ୟ ନେଇ ‘ଜୀବନ ବିନ୍ଦୁ’ ମାଧ୍ୟମରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୩୫ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଯୁବଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ସଂଯୋଜନାରେ ସରକାରଙ୍କ କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତ୍ୱ ରକ୍ଷାକରି ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

- Advertisement -

ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୀବନ ବିନ୍ଦୁର ରାଜ୍ୟ ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଡଃ. ଅମର ପଟ୍ଟନାୟକ, ଧର୍ମଶାଳା ବିଧାୟକ ପ୍ରଣବ ପ୍ରକାଶ ବଳବନ୍ତରାୟ ଓ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଉପାଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତା ତଥା କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ଯୁବ ଜନତା ଦଳର ଉପଦେଷ୍ଟା କୁନ ବିହାରୀ ଦାସ, ଉପସଭାପତି ସନ୍ତୋଷ ବେଜ୍, ସାଧାରଣ ସମ୍ପାଦକ ଧ୍ରୁତିରଞ୍ଜନ ମାର୍ଥା,ମଧୁସ୍ମିତା ପରିଡା, ସମ୍ପାଦକ ମଳୟ ରଞ୍ଜନ ପତି, ନିହାର ରଞ୍ଜନ ବେହେରା, ଶୁଭ୍ରାଂଶୁ ନାରାୟଣମିଶ୍ର, ଆଷିଶ୍‌ ମିଶ୍ର, ଅବିନାସ ପ୍ରଧାନ, ସାଂଗଠନିକ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୁଜାପଣ୍ଡା, ବିଜୁ ଯୁବ ଜନତା ଦଳର ଆଇ.ଟି ୱିଙ୍ଗ୍‌ ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ବେହେରା, ମହକ୍ଷୀତା ମିଶ୍ର, ଯୁବ ନେତା ଆଲୋକ ବେହେରା, ଦୀପକକୁମାର ସାହୁ, ସୌମ୍ୟ ସାର୍ଥକ ରାୟ, ଚେତନ୍‌ ମହାପାତ୍ର, ଦୀପ୍ତି ରଞ୍ଜନ ପାଲ୍, ବିଶ୍ୱଜ୍ୟୋତିବେହେରା, ଜୋନାଲୀକବି, ଲିପ୍‌ସା ଦାସ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories