www.samajalive.in
Monday, December 15, 2025
14.1 C
Bhubaneswar

ଆମେ ପଢିବା, ଆମେ ବଢିବା ଏବେ ‘ଆମେ ପଡିବା’

ଝୁମ୍ପୁରା: ସଂପ୍ରତି ସରକାର ବିଦ୍ୟାଳୟଗୁଡିକର ଉନ୍ନତିକରଣ କରିବା ନିମନ୍ତେ ଖଣିଜ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ ସ୍କୁଲକୁ ଛାତ୍ରଛାତ୍ରୀ ଯାତାୟତ କରୁଥିବା ରାସ୍ତାଗୁଡିକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ଦିଗରେ ନା ଆଗ୍ରହ ପ୍ରକାଶ କରୁଛନ୍ତି ସ୍ଥାନୀୟ ରାଜନୈତିକ ପ୍ରତିନିଧି ନା ଆଗ୍ରାହ ପ୍ରକାଶ କରୁଛନ୍ତି ବ୍ଲକ ଏବଂ ଜିଲାସ୍ତରରେ ରହିଥିବା ପ୍ରଶାସନିକ ଅଧିକାରୀ।

ଝୁମ୍ପୁରା ବ୍ଲକର ଚଉଠିଆ ଠାରେ ରହିଛି ଚଉଠିଆ-ବାରୁଣା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟଟିକୁ ସ୍ଥାନୀୟ ଜନସାଧାରଣଙ୍କ ପ୍ରଚେଷ୍ଠାରେ ୧୯୬୧ ମସିହାରେ ସ୍ଥାପନ କରିଛନ୍ତି। ବିଦ୍ୟାଳୟଟି ଏକ ପୁରାତନ ବିଦ୍ୟାଳୟ ହେବା ସହିତ ବିଦ୍ୟାଳୟଟି ବ୍ଲକରେ ସ୍ୱତନ୍ତ ସ୍ଥାନ ଅଧିକାର କରିଛି। କିନ୍ତୁ ବାରୁଣା ଗ୍ରାମର ଛାତ୍ର ଛାତ୍ରୀ ସ୍କୁଲକୁ ଆସୁଥିବା ରାସ୍ତାଟି ସବୁ ଦିନିଆ ରାସ୍ତାରେ ପରିଣତ କରିବା ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବାରୁ ସ୍କୁଲକୁ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ବିଲ ହୁଡାରେ ଯାତାୟତ କରୁଛନ୍ତି। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହିତ ବିଲର ପାଣି ରାସ୍ତା ଉପରେ ଯାତାୟତ କରୁଥିବାରୁ ସ୍କୁଲ ଛାତ୍ରଛାତ୍ରୀମାନେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ପିଲାଙ୍କ ଅଭିଭାବକମାନେ ଅନେକ ଥର ସ୍ଥାନୀୟ ବିଧାୟକ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ, ଜିଲାସ୍ତରରେ ରହିଥିବା ଅଧିକାରୀ ପାଖରେ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍କୁଲକୁ ସଂଯୋଗୀ କରଣ କରିଥିବା ରାସ୍ତାକୁ ପ୍ରଶାସନ ସବୁଦିନିଆ ରାସ୍ତାରେ ପରିଣତ କରିବା ଦିଗରେ ଆଦୌ ଧ୍ୟାନ ଦେଉ ନାହାନ୍ତି।

- Advertisement -

ଚଉଠିଆ – ବାରୁଣା ବିଦ୍ୟାଳୟକୁ ସରକାର ୫ଟି ସ୍କୁଲରେ ସାମିଲ କରିବା ସହିତ ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ମଧ୍ୟ କରିଛନ୍ତି। ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ସ୍କୁଲ ଉଦଘାଟନ କରିବାକୁ ପ୍ରଶାସନ ସ୍ଥିର କରିଛନ୍ତି। ସ୍କୁଲ ସୌନ୍ଦର୍ଯ୍ୟକରଣ କରିବା ସହିତ ବିଜ୍ଞାନ ପରୀକ୍ଷା କେନ୍ଦ୍ରଠାରୁ ଆରମ୍ଭ କରି ଖେଳ ପଡିଆ ତା ସହିତ ସ୍କାର୍ଟ ଶ୍ରେଣୀ ଗୃହ ବିଦ୍ୟାଳୟ ନିର୍ମାଣ କରାଯାଇଛି। ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାର ସ୍ମାର୍ଟ କରି ଗଢି ତୋଳିବା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ସତ କିନ୍ତୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ବିଭାଗ ପକ୍ଷରୁ ସବୁଦିନିଆ ରାସ୍ତାଟି ନିର୍ମାଣ କରି ପାରିଲେ ନାହିଁ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି। ସ୍ମାର୍ଟ ସ୍କୁଲରେ ଅଧ୍ୟୟନ କରୁଥିବା ପିଲାମାନଙ୍କ ନିମନ୍ତେ ସ୍କୁଲ ଆସିବା ନିମନ୍ତେ ମଧ୍ୟ ଭଲ ରାସ୍ତା ନିର୍ମାଣ କରିବା ଦିଗରେ ପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦେଲେ ପିଲାମାନଙ୍କୁ ଆଉ ଯାତାୟତ ପାଇଁ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories