www.samajalive.in
Monday, December 15, 2025
14.1 C
Bhubaneswar

ମେଘା ସେକ୍ଟରରେ ବାଲ୍ୟବିବାହ ନିରୋଧ ସଚେତନତା

ଆଠଗଡ/ତିଗିରିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ମଙ୍ଗଳବାର ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାବଲ୍ଲଭପୁରଠାରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲିପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ୧୮ବର୍ଷରୁ କମ୍‍ ବୟସ୍କ ବାଳିକାମାନଙ୍କ ବିବାହ କରାଯିବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାରୁ ସେ ଦିଗରେ ଲୋକେ ସଚେତନ ହେବା ଆବଶ୍ୟକ ବୋଲି ଲୋକେ ମତପ୍ରକାଶ କରିଥିଲେ। ୧୮ବର୍ଷରୁ କମ ଝିଅ ଓ ୨୧ବର୍ଷରୁ କମ୍‍ ପୁଅଙ୍କ ବିବାହ ଆଇନତଃ ଅପରାଧ ଏବଂ ଏହା ସାମାଜିକ କଳଙ୍କ ବୋଲି ସେ କହିଥିଲେ। ୧୮ବର୍ଷରୁ କମ୍‍ ଝିଅଙ୍କର ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇନଥାଏ। ତେଣୁ ସେମାନଙ୍କୁ ତା ଠାରୁ କମ୍‍ ବୟସରେ ବିବାହ କଲେ ପରବର୍ତ୍ତୀ ସମୟରେ ବିବିଧ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏହା ଶିଶୁ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରିବା ସହ ବାଳିକା ମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ କୌଣସି ପରିସ୍ଥିତିରେ ବିବାହ ଯୋଗ୍ୟ ବୟସ ପୂର୍ବରୁ ସେମାନଙ୍କର ବାହାଘର କରାଇବା ଅନୁଚିତ୍‍ ବୋଲି ଶ୍ରୀ ଅସଲମ କହିଥିଲେ।

ଏହି ଅବସରରେ ରାଧାବଲ୍ଲଭପୁର ଗ୍ରାମ ସମେତ ଅନ୍ୟ ଗ୍ରାମଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବେ ଗଢି ତୋଳିବା ପାଇଁ ଶପଥପାଠ କରାଯାଇଥିଲା। ଏଥି ସହିତ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ସଚେତନଧର୍ମୀ ଲେଖାଥିବା ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଆଠଗଡ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ରିତାଞ୍ଜଳି ପ୍ରଧାନ, ପରିଦର୍ଶିକା ମଞ୍ଜୁଲତା ମହାନ୍ତି, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶକର୍ମୀ ମନୋରମା ସାହୁ, ସାମାଜିକ କର୍ମୀ ରମା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ ଓ ବହୁ କିଶୋରୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories