www.samajalive.in
Tuesday, December 9, 2025
26.1 C
Bhubaneswar

ଫେଥ ଆଉଟରିଚ ସଂସ୍ଥାର ସମ୍ପାଦକ ଜନ ବ୍ରିଜ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲା : ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ତଦନ୍ତ ଆରମ୍ଭ

ଝାରସୁଗୁଡା : ଝାରସୁଗୁଡା ସ୍ଥିତ ଫେଥ ଆଉଟରିଚ ସଂସ୍ଥା ର ସମ୍ପାଦକ ଜନ ବ୍ରିଜ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ କୁ ଗୁରୁତର ସହ ନେଇଛି NCPCR । ଗତ ମାସ ୨୧ ତାରିଖ ସମ୍ପୂର୍ଣ୍ଣ ଘଟଣା ଉପରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ରାଜ୍ୟ ଶିଶୁ ଅଧିକାର କମିଶନ ଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ ।
ଆଜି ରାଜ୍ୟ ଶିଶୁ ଅଧିକାର କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଝାରସୁଗୁଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସର୍କିଟ ହାଉସ ଠାରେ ଜିଲ୍ଲାପାଳ, ଏସପି,ଡିସିପିଓ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷା ଏବଂ ସଭ୍ୟ ସହ ଆଲୋଚନା କରିଛନ୍ତି । ଘଟଣା ଟି ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ଏବଂ ଫେଥ ଆଉଟରିଚ ସଂସ୍ଥା ବେଆଇନ ଭାବେ ହଷ୍ଟେଲ ଚଳାଉଥିବା କହିଛନ୍ତି କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଏହି ସମ୍ବେଦନଶୀଳ ଘଟଣା ସାମ୍ନା କୁ ଆସିବା ପରେ ଝାରସୁଗୁଡା କକ୍ସ କଲୋନୀ ରେ ଥିବା ଫେଥ ଆଉଟରିଚ ସଂସ୍ଥା ବିରୋଧ ରେ ଜିଲ୍ଲା ପ୍ରଶାସନ ଖୋଲତାଡ଼ ଆରମ୍ଭ କରିଥିଲା ଏବଂ ପ୍ରଶାସନ ପକ୍ଷରୁ ଫେଥ ଆଉଟରିଚ ସଂସ୍ଥା କୁ ସିଲ କରା ଯାଇଛି।

ନିରୀହ ଗରିବ ଆଦିବାସି ପିଲାମାନଙ୍କୁ ନିଜ ସଂସ୍ଥା ରେ ରଖି ପାଠ ପଢାଇବ ଆଳରେ ବିଭିନ୍ନ ଦେଶରୁ ଅନୁଦାନ ସଂଗ୍ରହ କରି ମୋୖଜ କରୁଥିଲେ । ସୂଚନା ଯୋଗ୍ୟ ଯେ, ଗିରଫ ଜନ ବ୍ରିଜ ଇଂଲଣ୍ଡର ମୂଳ ବାସିନ୍ଦା । ମାତ୍ର ୧୯୯୨ରେ ସେ ଭାରତୀୟ ନାଗରିକତା ନେଇଛନ୍ତି । ଜନର କଳାକାର ନାମାର ପେଡ଼ିକୁ ଫେଥ ଆଉଟ ରିଚ ର କର୍ମଚାରୀ ମାନେ ହିଁ ଖୋଲି ଥିଲେ । ବ୍ୟାପକ ଆର୍ଥିକ ଅନିୟମିତତା ହେଉଥିବା ଓ ଯୌନ କଳେଙ୍କାରୀ ରେ ଲିପ୍ତ ଥିବା ସମ୍ବନ୍ଧରେ ସେମାନେ ନିଉଜିଲ୍ୟାଣ୍ଡ ର ଫେଥ ଆଉଟରିଚ ସମ୍ପାଦକ ଆନେ କିଙ୍ଗକୁ ଅଭିଯୋଗ କରିଥିଲେ । ଏହା ସମେତ ଫେତଆଉଟ ରିଚ ଓ ଜନ ବ୍ରିଜ କୁ ଅନୁଦାନ ଯୋଗାଉଥିବା ବିଭିନ୍ନ ବିଦେଶୀ ସଂସ୍ଥା କୁ ମଧ୍ୟ୍ୟ ଜନ ର କଳା ସାମ୍ରାଜ୍ୟ ବିଷୟରେ ଜଣାଇଥିଲେ । ଅଭିଯୋଗ ପାଇବାପରେ ନିଉଜିଲ୍ୟାଣ୍ଡ ଫେଥ ଆଉଟରିଚ ର ସମ୍ପାଦକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଜଣାଇଥିଲେ ।

- Advertisement -

ସେହିଠାରୁ ଜନର କଳା କାରବାରର ତଦନ୍ତ ଆରମ୍ଭ ହୋଇଛି । ୨୦୧୫ ମସିହାରେ ଜନ ନିଜ ସଂସ୍ଥା ର ଜଣେ ଅନ୍ତେବାସୀ ନାବାଳକକୁ ଯୌନ ନିର୍ୟ୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ନାବାଳକ ଜଣକ ସଂସ୍ଥା ରୁ ବାହାରିବା ପରେ ଗତ ମାସ ୧୪ ତାରିଖ ଦିନ ନାବାଳକର ପରିବାର ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଝାରସୁଗୁଡ଼ା ପୋଲିସ ପ୍ରାଥମିକ ତଦନ୍ତ କରିବା ପରେ ଅଭିଯୋଗ ର ସତ୍ୟତା ଥିବା ଜାଣିପାରି ଥିଲା । ଏହାପରେ ଅଭିଯୁକ୍ତଙ୍କ ଜନ ପି ବ୍ରିଜ ବିରୋଧ ରେ ନାବାଳକ ଯୌନ ଉତ୍ପୀଡନ ନିରୋଧ ଆଇନ ର ୧୦ ପୋକସୋ, ୩୪୧ ଆଇପିସି ଓ ଆଦିବାସୀ ଉତ୍ପୀଡନ ନିରୋଧ ଆଇନ ର ୩ ଧାରା ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ, ୨୦୧୮ରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର୍‌ରେ ଚାଲିଥିବା ବେଆଇନ ଧର୍ମାନ୍ତରୀକରଣ ଓ ଯୁବତୀ ଚାଲାଣ ପ୍ରସଙ୍ଗ ରାଜ୍ୟ ରେ ହଇ ଚଇ ସୃଷ୍ଟି କରିଥିଲା । ରାଜ୍ୟରେ ଥିବା ଗୂଡ଼ ନିଉଜ ଇଣ୍ଡିଆର ସମସ୍ତ ଶାଖା କୁ ସିଲ କରିଦିଆଯାଇଥିଲା । ଏଣୁ ଝାରସୁଗୁଡ଼ା ଫେଥ ଆଉଟ ରିଚ ସଂସ୍ଥା ବିରୁଦ୍ଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories