ଚିକିତ୍ସା ଉପକରଣର ଅଲୋଡ଼ା, ଅକାମୀ ହୋଇ ପଡ଼ି ରହିଛି ୪୦ ଆଇସିୟୁ ଭେଣ୍ଟିଲେଟର

ଝାରସୁଗୁଡ଼ା : କରୋନା କାଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା‌ ପାଇଁ ସରକାର ଗ୍ରହଣ କରିଥିବ‌ା ଅନେକ ପଦକ୍ଷେପର ଫଳସ୍ବରୂପ ଆମ ଦେଶ ଅନେକ ଅପୂରଣୀୟ କ୍ଷତିରୁ ବର୍ତ୍ତି ଯାଇଥିଲା। ହେ‌େ‌ଲ ଜରୁରୀକାଳୀନ ପରିସ୍ଥିତି ଅତିକ୍ରାନ୍ତ ହୋଇଯିବା ପରେ ସେ ସମୟରେ ସୃଷ୍ଟି କରାଯାଇଥିବା ଭିତ୍ତିଭୂମି ଓ କ୍ରୟ କରାଯାଇଥିବା‌ ଚିକିତ୍ସା ଉପକରଣର ଅଲୋଡ଼ା ପଡ଼ି ରହିଛି। ଇତି ମଧ୍ୟରେ ୩ବର୍ଷ ହୋଇ ସାରିଥି‌େ‌ଲ ହେଁ କରୋନାର ମୁକାବିଲା ପାଇଁ କ୍ରୟ କରାଯାଇଥିବା ଆଇସିୟୁ ଓ ଭେଣ୍ଟିଲେଟର ଭଳି ଜୀବନରକ୍ଷକ ଉପକରଣ ଏବେ ବି କୌଣସି ଉପଯୋଗିତାରେ ଆସୁନାହିଁ। ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଏଭଳି ସ୍ଥିତି ଥିବା ବେ‌େ‌ଳ ଝାରସୁଗୁଡ଼ାରେ ମଧ୍ୟ ପୁରୁଣା ଡାକ୍ତରଖାନାରେ ଧୂଳି ଧୂସରିତ ହୋଇ ପଡ଼ି ରହିଛି ୪ଟି ଆଇସିୟୁ ଓ ଭେଣ୍ଟିଲେଟର।

କରୋନା ସମୟରେ ଝାରସୁଗୁଡ଼ା ମଙ୍ଗଳବଜାରଠାରେ ଥିବା ପୁରୁଣା ଡାକ୍ତରଖାନାର ରକ୍ଷଣାବେକ୍ଷଣ କରି କରୋନା ଡାକ୍ତରଖାନା କରାଯାଇଥିବା‌ବେଳେ ଏହାର ପରିଚାଳନା ଭାର ହାଇଟେକ୍ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଥିଲା। ତେବେ ଦ୍ବିତୀୟ ଲହର ସମୟରେ ବେଦାନ୍ତର ସିଏସଆର ପାଣ୍ଠିରୁ ୨୦୨୧ ମେ ୨୧ ତାରିଖ ଏହି ଡାକ୍ତରଖାନା ସକାଶେ ୨୦ଟି ଆଇସିୟୁ ଶଯ୍ୟା‌ ଓ ୨୦ଟି ଭେଣ୍ଟିଲେଟର କ୍ରୟ କରାଯାଇଥିବାବେଳେ ୨୦୦ ଅକ୍ସିଜେନ ଫ୍ଲୋ ମିଟର ଲଗାଯାଇଥିଲା। ସୁଖର କଥା ଯେ ଏହା ଫଳରେ ସେ ସମୟ‌େ‌ର ଅନେକ କରୋନା ରୋଗୀଙ୍କର ପ୍ରାଣ ରକ୍ଷା ସମ୍ଭବ ହୋଇଥିଲା। କିନ୍ତୁ ୨୦୨୧ ଅକ୍ଟୋବର ପରେ କରୋନାର

ପ୍ରଭାବ ପ୍ରାୟତଃ ଶେଷ ହୋଇଯାଇଥିଲା। ଏମିତିରେ ମୋଟା ମୋଟି ସେ‌େ‌ବଠାରୁ ଏଠାରେ ଲାଗିଥିବା ଆଇସିୟୁ ଭେଣ୍ଟିଲେଟର ଅକାମୀ ହୋଇ ପଡ଼ି ରହିଛି। ଗୋଟିଏ ପଟେ ଝାରସୁଗୁଡ଼ାରେ ୪୦ଟି ଆଇସିୟୁ ଭେଣ୍ଟିଲେଟର ପଡ଼ି ରହିଥିବାବେଳେ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଡାକ୍ତରମାନେ ଅତି ସାମାନ୍ୟ ସମସ୍ୟା ଥିଲେ ବି ବୁର୍ଲା କିମ୍ବା ରାଉରକେଲା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଉଛନ୍ତି।

ଉଭୟ ସ୍ଥାନକୁ ଯାତ୍ରା ସମୟ ଅତି କମ୍‌ରେ ୧ଘଣ୍ଟା ହୋଇଥିବା ହେତୁ ଅଧିକାଂଶ ରୋଗୀଙ୍କ ପରିଜନ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଗୋଟିଏ ପଟେ ଏଠାରେ ଥିବା ଆଇସିୟୁ ଭେଣ୍ଟିଲେଟର ପଡ଼ି ରହିଥିବା ବେଳେ ଅନ୍ୟ ପଟେ ରୋଗୀ ହଇରାଣ ହେଉଛନ୍ତି। ଏହାକୁ ନେଇ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା‌ କହିଛନ୍ତି କରୋନା ସମୟରେ ହାଇଟେକ୍ ହସ୍ପିଟାଲର ତାଲିମପ୍ରାପ୍ତ କର୍ମଚାରୀମାନେ ଏହାର ପରିଚାଳନା କରୁଥିଲେ। କିନ୍ତୁ ସେମାନେ ଅପସରି ଯିବା ପରେ ଆମ ପାଖରେ ସେଭଳି ମାନବ ସମ୍ବଳ ନାହାନ୍ତି ଯେଉଁମାନେ କି ଆଇସିୟୁ ଭେଣ୍ଟିଲେଟର ପରିଚାଳନା କରିପାରି‌େ‌ବ।

ଏଣୁ ଜରୁରୀ ହେଲେ ବୁର୍ଲାକୁ ସ୍ଥାନାନ୍ତର କରାଯାଇପାରନ୍ତା। ତେବେ ଆଗାମୀ କିଛି ଦିନ‌ ମଧ୍ୟ‌େ‌ର ଜିଲା ମୁଖ୍ୟ ଡାକ୍ତରଖାନା‌େ‌ର ଟ୍ରମା କେୟାର ଆରମ୍ଭ ହେବାକୁ ଯାଉଥିବାବେଳେ ଶିଶୁ ଭେଣ୍ଟିଲେଟର ସେବା ଆରମ୍ଭ କରିବାକୁ ଯାଉଛୁ। ଯେଉଁଥିରେ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରି ଆମ ପାଖରେ ଥିବା ଆଇସିୟୁ ଭେଣ୍ଟିଲେଟର ଉପଯୋଗ କରିପାରିବୁ ବୋଲି ସେ କହିଛନ୍ତି।

ଆଇସିୟୁ ଭେଣ୍ଟିଲେଟର ଏମିତି ଚିକିତ୍ସା ଉପରକରଣ ଯାହା ଅନ୍ତିମ ଶ୍ବାସ ଗଣୁଥିବା ବ୍ୟକ୍ତିଙ୍କ କେତେକ କ୍ଷେତ୍ରରେ ପ୍ରାଣଦାନ କରିପାରେ। ଏଣୁ ଧୂଳି ଧୂସରିତ ହୋଇ ପଡ଼ିଥିବା ଆଇସିୟୁ ଭେଣ୍ଟିଲେଟର ଗୁଡ଼ିକ ଯେମିତି ରୋଗୀଙ୍କ ପ୍ରାଣ ରକ୍ଷାରେ ବ୍ୟବହାର ହୋଇ ପାରିବ ସେ ବ୍ୟବସ୍ଥା କରିବାକୁ ସଚେତନ ବର୍ଗ ଦାବି କରିଛନ୍ତି।

Comments are closed.