www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ଭାବେ ଲଢିବେ ଝରଣା ନାଏକ

ପାଟଣା: କେନ୍ଦୁଝର ଜିଲାର ସଦର ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ନିର୍ବାଚନ ଲଢିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟତଃ ବହୁ ହେଭିୱେଟ ନେତା ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇ ଥାଆନ୍ତି। ଆଉ ଏହି ନିର୍ବାଚନ ମଣ୍ଡଳୀରେ କେନ୍ଦୁଝର ସହର ରହିଥିବାରୁ ଏହା ବହୁ ଗୁରୁତ୍ବ ବହନ କରିଥାଏ । ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୋଟର ସଂଖ୍ୟା ଅଧିକ ରହିଛି। ବିଜେପି, ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏଯାଏ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିଭଳି ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଝୁମ୍ପୁରା ବ୍ଲକ ଖେଣ୍ଡରା ପଞ୍ଚାୟତର ଫକୀରପୁର ଗ୍ରାମର ଝରଣା ନାଏକ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ତାଙ୍କ ପରିବାର ବାଙ୍ଗାଲୋରରେ ନିଜସ୍ଵ କମ୍ପାନୀ କରି ବହୁ ଓଡ଼ିଆ ପିଲାଙ୍କୁ ସ୍ବରୋଜଗାରୀ ସ୍ୱାବଲମ୍ବୀ କରାଇବାରେ ସଫଳ ହୋଇଛନ୍ତି । ସମାଜ ସେବୀ ଭାବେ ମଧ୍ୟ ସେ ପରିଚିତ । ସେ ନିର୍ବାଚନ ମଣ୍ଡଳୀର ଅବହେଳିତ, ନିଷ୍ପେସିତ, କୃଷକ ଆଦିବାସୀ, ହରିଜନ ଭାଇ ଭଉଣୀମାନଙ୍କ ବିକାଶ ନିମନ୍ତେ ସାମ୍ବିଧାନିକ ନ୍ୟାୟ ଏବଂ ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଝରଣା ସରପଞ୍ଚ ଭାବେ ଖେଣ୍ଡରା ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରି ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିବାବେଳେ ସେ ଏବେ ବିଧାୟିକା ପ୍ରାର୍ଥୀ ଭାବେ ଅଣ୍ଟା ଭିଡିଛନ୍ତି। ତାଙ୍କ ସ୍ଵାମୀ ଡମ୍ବରୁଧର ମହାନ୍ତଙ୍କର ଉତ୍ତମ ଜନସଂପର୍କ ଥିବାରୁ ନିଜର ପ୍ରତିଦ୍ବନ୍ଦୀମାନଙ୍କୁ ସେ କଡା ଟକ୍କର ଦେବେ ବୋଲି ଝରଣା ମତ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories