www.samajalive.in
Monday, December 15, 2025
14.1 C
Bhubaneswar

ଝାଡ଼ଖଣ୍ଡରେ ହୋଇପାରେ ଝୁଲା ବିଧାନସଭା, କାହାକୁ ମିଳି ନ ପାରେ ସ୍ପଷ୍ଟ ବହୁମତ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ନିକଟରେ ବିଜେପି ହାତରୁ ମହାରାଷ୍ଟ୍ର ଖସିଯାଇଥିବାବେଳେ ଝାଡ଼ଖଣ୍ଡରେ ଦଳକୁ ମାତ୍‌ ଦେବା ଲାଗି କଂଗ୍ରେସ ଏବଂ ଜେଏମଏମ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ଦୁଇଟି ଦଳ ସହିତ ଆରଜେଡି ମେଣ୍ଟ କରି ବିଜେପିକୁ ହରାଇବା ପାଇଁ ଜୋରଦାର ଉଦ୍ୟମ ହୋଇଥିଲା। ଏପରି କି ଏଗ୍‌ଜିଟ୍‌ ପୋଲ ଫଳାଫଳ ବିଜେପି ବିରୋଧରେ ଆସିଥିଲା। ବିଜେପି ଝାଡ଼ଖଣ୍ଡରେ ପରାଜିତ ହେବ ବୋଲି ଅନେକ ଜାତୀୟ ଗଣମାଧ୍ୟମ ନିଜ ଏଗ୍‌ଜିଟ ପୋଲରେ ପୂର୍ବାନମାନ କରିଥିଲେ। କିନ୍ତୁ ଆଜି ଭୋଟ ଗଣତି ଚାଲିଥିବାବେଳେ ବିଜେପି ମହାମେଣ୍ଟକୁ କଡ଼ା ଟକ୍କର ଦେଉଥିବା ଦେଖାଯାଇଛି। ଦଳ ୮୧ ଆସନ ମଧ୍ୟରୁ ୩୧ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ କଂଗ୍ରେସ-ଜେଏମଏମ ମେଣ୍ଟ ୩୧ ଆସନରେ ଆଗୁଆ ରହିଛନ୍ତି। ମେଣ୍ଟ ମଧ୍ୟରେ ଜେଏମଏମ ୨୦ ଏବଂ କଂଗ୍ରେସ ୧୧ ଆସନ​ରେ ଆଗୁଆ ରହିଛି। ଅନ୍ୟପଟେ ଜେଭିଏମ ୨ଟି, ଏଜେଏସୟୁ ୮ ଏବଂ ଅନ୍ୟାନ୍ୟା ୬ଟି ଆସନରେ ଆଗୁଆ ରହିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସରକାର ଗଠନ ଲାଗି ମ୍ୟାଜିକ ନମ୍ବର ୪୧ ଦରକାର ପଡ଼ୁଥିବାବେଳେ ରାଜ୍ୟରେ କୌଣସି ଦଳକୁ ବହୁମତ ମିଳି ନ ପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏପରି ହେଲେ ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିପାରେ ଏବଂ ଆଞ୍ଚଳିକ ଦଳର ବିଧାୟକମାନଙ୍କ ଉପରେ ସବୁକିଛି ନିର୍ଭର କରିବ। ସରକାର ଗଠନରେ ସ୍ବାଧୀନ କିମ୍ବା ଏଜେଏସୟୁ ବିଧାୟକମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories